ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନା

ଭୁବନେଶ୍ୱର : ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ୍ ପ୍ରଥମ, ସତ୍ୟନାରାୟଣ ପାତ୍ର ଦୁଷ୍କର୍ମକାରୀ ଦୁର୍ଯ୍ୟଧନ ମହାନ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଅଭିଯୁକ୍ତକୁ ଅଧିକ ୬ ମାସ ଅତିରିକ୍ତ କାରାବାସ ଭୋଗ କରିବାକୁ ପଡ଼ିବ।
ଘଟଣା ୨୦୨୧ ମସିହା ଅକ୍ଟୋବର ୨୮ ରେ ବୈଶିଙ୍ଗା ଥାନା ଅନ୍ତର୍ଗତ ଅଁଳା ଗାଁରେ ଘଟିଥିଲା। ଦିବ୍ୟାଙ୍ଗ ଯୁବତୀ ଅନ୍ତସତ୍ଵା ହେବା ପରେ ପରିବାର ଲୋକେ ଏହା ଜାଣିଥିଲେ। ପଚାରାପଚାରିରେ ଯୁବତୀ ଦୁଷ୍କର୍ମ ବିଷୟରେ କହିଥିଲେ ଓ ଅଭିଯୁକ୍ତ ଦୁର୍ଯ୍ୟଧନଙ୍କ ନାମ ଉଲ୍ଲେଖ କରିଥିଲେ।
ଏପରେ ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ଓ ପୋଲିସ ଦୁର୍ଯ୍ୟଧନକୁ ଗିରଫ କରି କୋର୍ଟରେ ଉପସ୍ଥାପନ କରିଥିଲା। ଦୀର୍ଘ ଆଇନ ଉପରେ ଆଧାରିତ ବିଚାର ପରେ ଅଦାଲତ ଏହି ଗମ୍ଭୀର ରାୟ ଦେଇଛନ୍ତି, ଯାହା ଦୃଷ୍କର୍ମ ମାମଲାରେ ଏକ ଦୃଢ଼ ସନ୍ଦେଶ ଦେଉଛି।
What's Your Reaction?






