କଟକ ରାଣୀହାଟରେ ଔଷଧ ଦୋକାନ ଉପରେ ଚଢ଼ାଉ
ବେଆଇନ ଏମଟିପି କିଟ୍ ଓ ଗର୍ଭପାତ ଔଷଧ ବିକ୍ରି ଅଭିଯୋଗରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : କଟକର ରାଣୀହାଟ ଅଞ୍ଚଳରେ ଥିବା ବିଭିନ୍ନ ଔଷଧ ଦୋକାନ ଉପରେ ମଙ୍ଗଳବାର ଦିନ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଚଢ଼ାଉ କରିଛି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଟିମ୍ ରାଣୀହାଟ ବଜାରରେ ଥିବା ଏକାଧିକ ଔଷଧ ଦୋକାନରେ ଯାଞ୍ଚ କରିଥିଲେ। ଏହି ସମସ୍ତ ଦୋକାନରେ ବିକ୍ରି ହେଉଥିବା ଏମଟିପି (ଗର୍ଭପାତ) କିଟ୍ ଏବଂ ଗର୍ଭପାତ ଔଷଧର ଷ୍ଟକ୍ ଯାଞ୍ଚ କରାଯାଇଥିଲା।
ବିନା ଡାକ୍ତରୀ ପରାମର୍ଶରେ ଏହି କିଟ୍ ଏବଂ ଔଷଧ ବିକ୍ରି କରିବା ବେଆଇନ ହୋଇଥିବା ବେଳେ, କିଛି ନିର୍ଦ୍ଦିଷ୍ଟ ଦୋକାନରେ ଏହାର ବ୍ୟାପକ ବିକ୍ରି ହେଉଥିବା ବିଭାଗ ପାଖରେ ଖବର ପହଞ୍ଚିବା ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଅତର୍କିତ ଚଢ଼ାଉ କରିଥିଲା।
ଏହି ବେଆଇନ କାର୍ଯ୍ୟ ଯୋଗୁଁ ଗର୍ଭରେ ଥିବା ଶିଶୁର ଲିଙ୍ଗ ନିରୂପଣ କରାଯାଇ ଗର୍ଭପାତ କରାଯାଉଥିବା ଅଭିଯୋଗ ହୋଇଛି।
ସୋମବାର ଦିନ ଭୁବନେଶ୍ୱରର କେତେକ ଔଷଧ ଦୋକାନରେ ମଧ୍ୟ ଏହିଭଳି ଚଢ଼ାଉ କରାଯାଇଥିଲା। ଏହି ସମସ୍ତ ଦୋକାନକୁ ନୋଟିସ୍ ଜାରି କରାଯାଇଛି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଗର୍ଭପାତ ସମ୍ବନ୍ଧୀୟ ଔଷଧର ବେଆଇନ ବିକ୍ରିକୁ ରୋକିବା ଏବଂ ନିୟମ ପାଳନ କରିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
What's Your Reaction?






