ପୁରୀରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶ୍ରୀମନ୍ଦିର ଗସ୍ତ
୧୦୮ କଳସ ଜଳରେ ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହେବେ ମହାପ୍ରଭୁ
ଭୁବନେଶ୍ୱର : ଆଜି ପୁରୀରେ ମହାସମାରୋହରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହେଉଛି। ମହାପ୍ରଭୁ ଜଗନ୍ନାଥ ଓ ତାଙ୍କ ଭାଇ ଭଉଣୀ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିବା ପରେ ଗଜାନନ ବେଶରେ ସଜ୍ଜିତ ହେବେ। ଆଜି ସକାଳ ୪ଟା ୩୦ ମିନିଟ୍ରୁ ନୀତିକାନ୍ତି ଆରମ୍ଭ ହୋଇଛି।
ସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶ୍ରୀମନ୍ଦିର ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଏବଂ ବିଶ୍ୱବାସୀଙ୍କ କଲ୍ୟାଣ କାମନା କରିଛନ୍ତି। ଆଗାମୀ ରଥଯାତ୍ରା କିପରି ସୁରୁଖୁରୁରେ ସମ୍ପନ୍ନ ହେବ, ସେଥିପାଇଁ ମଧ୍ୟ ସେ ପ୍ରାର୍ଥନା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏପର୍ଯ୍ୟନ୍ତ କୌଣସି ଅସୁବିଧା ହୋଇନାହିଁ। ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟକ୍ରମ ପ୍ରଶାସନ ଓ ସେବାୟତମାନଙ୍କ ଦ୍ୱାରା ସୁରୁଖୁରୁରେ କରାଯାଉଛି।" ସେ ସମସ୍ତ ବ୍ୟବସ୍ଥା ଓ ନୀତିକାନ୍ତିର ସୁଚାରୁ ରୂପେ ପରିଚାଳନା ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି।
What's Your Reaction?






