ତୃଣମୂଳ ପ୍ରତିନିଧିମାନଙ୍କ ପାଇଁ ସହାନୁଭୂତି ଭିତ୍ତିକ ସମର୍ଥନ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା

ପଞ୍ଚାୟତ ପ୍ରତିନିଧିଙ୍କ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ରାଜ୍ୟ ସରକାର ଦେବ ଅନୁକମ୍ପାମୂଳକ ସହାୟତା

Jul 18, 2025 - 11:53
 0  0
ତୃଣମୂଳ ପ୍ରତିନିଧିମାନଙ୍କ ପାଇଁ ସହାନୁଭୂତି ଭିତ୍ତିକ ସମର୍ଥନ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା

ଭୁବନେଶ୍ୱର: ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ କଥାନୁସାରେ, କାର୍ଯ୍ୟ ଅବଧି ସମୟରେ ଯଦି କୌଣସି ପଞ୍ଚାୟତ ପ୍ରତିନିଧିଙ୍କ ମୃତ୍ୟୁ କିମ୍ବା ଗମ୍ଭୀର ଅକ୍ଷମତା ଘଟେ, ସେମାନେ କିମ୍ବା ସେମାନଙ୍କ ପରିବାର ପ୍ରତି ରାଜ୍ୟ ସରକାର ସହାନୁଭୂତି ଦେଖାଇ ଅର୍ଥିକ ସହାୟତା ଦେବ।

ଘୋଷଣାନୁସାରେ, ୱାର୍ଡମେମ୍ବରରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତି ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତ ପ୍ରତିନିଧି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ମୃତ୍ୟୁ ଘଟିଲେ ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଓ ଦୁଇ ଆଖି/ହାତ/ଗୋଡ଼ ନଷ୍ଟ ହେଲେ ମଧ୍ୟ ୨ ଲକ୍ଷ ଟଙ୍କା ଦିଆଯିବ। ଗୋଟିଏ ଆଖି, ହାତ କିମ୍ବା ଗୋଡ଼ ନଷ୍ଟ ହେଲେ ୧ ଲକ୍ଷ ଟଙ୍କା ସହାୟତା ମିଳିବ।

ପଞ୍ଚାୟତ ପ୍ରତିନିଧିମାନେ ହେଉଛନ୍ତି ଲୋକଙ୍କ ସହିତ ସିଧାସଳଖ ଯୋଗାଯୋଗ ରଖୁଥିବା ତୃଣମୂଳ ଅଂଶ। ଗ୍ରାମ ଉନ୍ନତି, ଲୋକସେବା ଓ ସମସ୍ୟା ସମାଧାନରେ ସେମାନଙ୍କ ଭୂମିକା ଅପୂର୍ଣ୍ଣୀୟ। କିନ୍ତୁ କେତେବେଳେ ଦୁର୍ଘଟଣା ଘଟିଲେ ସେମାନେ ବେସ୍ତ ସମସ୍ୟାରେ ପଡ଼ନ୍ତି। ଏହି ଅବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହାନୁଭୂତି ଓ ଉତ୍ତରଦାୟିତ୍ୱ ରୂପେ ଏହି ପଦକ୍ଷେପ ଗ୍ରହଣ କରିଛି।

ଏହି ଘୋଷଣା ପଞ୍ଚାୟତ ପ୍ରତିନିଧିମାନଙ୍କୁ ନିଜ କାର୍ଯ୍ୟ ପ୍ରତି ଆଧିକ ଦୃଢ଼ତା ଓ ସୁରକ୍ଷାର ଆଶ୍ୱାସ ଦେବା ସହ, ରାଜ୍ୟ ସରକାରଙ୍କ ଲୋକପ୍ରତିବଦ୍ଧତାର ସ୍ପଷ୍ଟ ପ୍ରମାଣ ଅଟୁଟ ରହିଛି।

What's Your Reaction?

like

dislike

love

funny

angry

sad

wow