ନାବାଳିକା ଅପହରଣ ଉଦ୍ୟମ: ରାଜଧାନୀରେ ଚାଞ୍ଚଲ୍ୟ

ନିଶାସକ୍ତ ଅବସ୍ଥାରେ ୨ ବଙ୍ଗୀୟ ଯୁବକ ଧରାପଡିଲେ, ଦୁଷ୍କର୍ମ ଚେଷ୍ଟା ଅଭିଯୋଗ

Jun 16, 2025 - 12:02
 0  1
ନାବାଳିକା ଅପହରଣ ଉଦ୍ୟମ: ରାଜଧାନୀରେ ଚାଞ୍ଚଲ୍ୟ

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଗତକାଲି ରାତିରେ ଜଣେ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ଧରି ନେଉଥିବା ବେଳେ ୨ ବଙ୍ଗୀୟ ଯୁବକ ଧରାପଡ଼ିଛନ୍ତି। ସ୍ଥାନୀୟ ଲୋକଙ୍କ ସଚେତନତାରେ ଏହି ଅପହରଣ ଉଦ୍ୟମ ବିଫଳ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଏହି ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିଲେ ଓ ନାବାଳିକାଙ୍କୁ ଅଜଣା ସ୍ଥାନକୁ ନେଉଥିଲେ, ଯାହାର କାରଣ ସ୍ପଷ୍ଟ ନୁହେଁ।

ସ୍ଥାନୀୟ ଲୋକ ଦୁଷ୍କର୍ମ ଚେଷ୍ଟା ଅଭିଯୋଗ କରି ଦୁଇ ଯୁବକଙ୍କୁ ଧରି ଖଣ୍ଡଗିରି ଥାନା ପୋଲିସଙ୍କ ହସ୍ତାନ୍ତର କରିଛନ୍ତି। ନାବାଳିକାକୁ ଉଦ୍ଧାର କରି ଏମସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଟକ ଦୁଇ ଯୁବକ – ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ ଘୋଷ – ମେଦିନାପୁର, ପଶ୍ଚିମବଙ୍ଗରୁ ଆସି ଡୁମଡୁମା ଅଞ୍ଚଳର ଗୋଟେ ହୋଟେଲରେ ଶ୍ରମିକ ଭାବରେ କାମ କରୁଥିଲେ।

ପୋଲିସ ଦୁଷ୍କର୍ମ ଅଭିଯୋଗକୁ ଗୁରୁତ୍ୱ ଦେଇ ନାବାଳିକାର ଡାକ୍ତରୀ ପରୀକ୍ଷା କରିବା ପାଇଁ ପ୍ରସ୍ତୁତି କରୁଛି । ଘଟଣା ସହିତ ସଂପୃକ୍ତ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ଖୋଜି ଚିକିତ୍ସା ପରେ ପୂର୍ଣ୍ଣ ଅନୁସନ୍ଧାନ ଆରମ୍ଭ କରାଯିବ।

What's Your Reaction?

like

dislike

love

funny

angry

sad

wow