ପାରା ନେଇ ବିବାଦ: ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ
ପୁରୀରେ ଘଟିଲା ଉତ୍ତେଜନାପୂର୍ଣ୍ଣ ଘଟଣା, ଗୁରୁତର ଅବସ୍ଥାରେ ଯୁବକ ଚିକିତ୍ସାଧୀନ

ଭୁବନେଶ୍ୱର : ପାରା ନେଇ ସାଧାରଣ ବିବାଦ ଏତେ ଘୋର ରୂପ ନେବ ବୋଲି କେହି ଭାବିନଥିଲେ। ପୁରୀ ବାଲିସାହି ନିକଟ ବାପୁଜୀ କ୍ଲବ୍ ପାଖରେ ବଣ୍ଟି ନାୟକ ନାମକ ଯୁବକ ଉପରେ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ ଘଟିଛି। ତାଙ୍କର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବାରୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଛି।
ସୂଚନା ଅନୁଯାୟୀ, ବଣ୍ଟି ଘରେ ପାରା ରଖିଥିଲେ। ପଡୋଶର ଜଣେ ଯୁବକ ସେହି ପାରାକୁ ମରିବା ବେଳେ ବଣ୍ଟି ପ୍ରତିବାଦ କଲେ, ତେଣୁ ଦୁହାଙ୍କ ମଧ୍ୟରେ ବିବାଦ ବଢିଗଲା। ଏହା ପରେ ଉକ୍ତ ଯୁବକ ଧାରୁଆ ଅସ୍ତ୍ର ନେଇ ବଣ୍ଟିଙ୍କୁ ଆକ୍ରମଣ କରିଦେଲେ ବୋଲି ଅଭିଯୋଗ ଉଠିଛି।
ଘଟଣା ସମ୍ପର୍କରେ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ଖୋଜ ଜାରି ରହିଛି।
What's Your Reaction?






