ଭଦ୍ରକରେ ମୋଡିଫାଏଡ୍ ସାଇଲେନ୍ସର ଭାଙ୍ଗିଲା ପୋଲିସ
୨୫୦ ଗାଡିରୁ ଜବତ ହେଲା ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର, ଶବ୍ଦ ପ୍ରଦୂଷଣ ଓ ହୃଦରୋଗୀଙ୍କ ସୁରକ୍ଷା ପାଇଁ ଏସପିଙ୍କ ନିର୍ଦ୍ଦେଶରେ ପଦକ୍ଷେପ

ଭୁବନେଶ୍ୱର : ଭଦ୍ରକ ସହରରେ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ କରୁଥିବା ମୋଟରସାଇକେଲ ଉପରେ ପୋଲିସ ନେଇଛି କଡା ପଦକ୍ଷେପ। ଟାଉନ ଥାନା ପରିସରରେ ୨୫୦ ରୁ ଅଧିକ ଜବତ ମୋଡିଫାଏଡ୍ ସାଇଲେନ୍ସରକୁ ରୋଲର ଚଢାଇ ନଷ୍ଟ କରାଯାଇଛି।
କିଛି ମାସ ହେବ ଯୁବପିଢି ମଧ୍ୟରେ ଏହି ବିକଟାଳ ସାଇଲେନ୍ସର ଟ୍ରେଣ୍ଡ ଚାଲିଥିଲା, ଯାହା ଶବ୍ଦ ପ୍ରଦୂଷଣ ସହିତ ହୃଦରୋଗୀଙ୍କ ପାଇଁ ବିପଦଜନକ ଥିଲା। ଏହି ପ୍ରଭାବକୁ ଦୃଷ୍ଟିରେ ରଖି ଏସପିଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଆରମ୍ଭ ହୋଇଥିଲା।
ପୋଲିସ କହିଛି ଯେ, ଏପରି ଅମାନିଆ ଆରୋହୀ ମାନେ ଗାଡିରେ ବିକଟାଳ ସାଇଲେନ୍ସର ବ୍ୟବହାର କଲେ ତାଙ୍କ ବିରୋଧରେ ଆଗାମୀ ଦିନରେ ଆଉ ଅଧିକ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।
What's Your Reaction?






