ବଞ୍ଚାଇପାରିଲାନି ସାବିତ୍ରୀ ଉପାସ
୩ଟି ବାଇକ ମଧ୍ୟରେ ମୁହାମୁହିଁ ଧକ୍କା, ଦୁଇ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର :ଗଞ୍ଜାମ ଜିଲ୍ଲା ଭଞ୍ଜନଗର-ସୋରଡ଼ା ମୁଖ୍ୟ ରାସ୍ତାରେ ଲାଠିପଡ଼ା ନିକଟରେ ସୋମବାର ପୂର୍ବାହ୍ନରେ ଘଟିଥିବା ଏକ ଦୁର୍ଘଟଣାରେ ୩ଟି ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରୁ ଜଣେ ସିଂହମର୍ଦ୍ଦନୀ ଗ୍ରାମର ବି.କେ. ଭୂୟାଁ ବୋଲି ପରିଚୟ ମିଳିଛି, ଅନ୍ୟ ଜଣଙ୍କ ପରିଚୟ ଅଜଣା ରହିଛି। ଆଉ ଜଣେ ଆହତ ମଧ୍ୟ ଅଜ୍ଞାତ ଅବସ୍ଥାରେ ଅଛନ୍ତି।
ଘଟଣା ସମୟରେ ଦୁଇଜଣ ଏକ ବାଇକରେ ସୋରଡ଼ା ଦିଗକୁ ଯାଉଥିଲେ, ଏହି ସମୟରେ ବିପରୀତ ଦିଗରୁ ଅନ୍ୟ ବାଇକ ଆସି ଧକ୍କା ଘଟିଥିଲା। ମୋଟ ୫ ଜଣ ବାଇକ ଆରୋହୀ ଛିଟିକି ପଡ଼ି ଗୁରୁତର ଅବସ୍ଥାରେ ଥିଲେ। ସ୍ଥାନୀୟ ଲୋକ ଓ ପୋଲିସଙ୍କ ସହଯୋଗରେ ସମସ୍ତଙ୍କୁ ଉଦ୍ଧାର କରି ସୋରଡ଼ା ଓ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ପଠାଯାଇଥିଲା।
ଏଥିରେ ଜଣେ ଭଞ୍ଜନଗର ଓ ଜଣେ ସୋରଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହାରିଛନ୍ତି। ବାକି ୩ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ସଂପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।
What's Your Reaction?






