ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର AIIMS ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ସହ ଆଦିକବି ଶାରଳା ଦାସ ଜୟନ୍ତୀରେ ଯୋଗଦେବେ

ଭୁବନେଶ୍ୱର : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱର ଆସୁଛନ୍ତି । ସେ ଅପରାହ୍ଣ ୫.୧୦ଟାରେ ବାୟୁସେନା ବିମାନରେ ଭୁବନେଶ୍ୱର ବିମାନବନ୍ଦରକୁ ପହଞ୍ଚିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍ ପୋଲିସ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିଛି ଓ କାରକେଡ୍ ରିହର୍ସାଲ୍ କରାଯାଇଛି ।
ଆଜି ସନ୍ଧ୍ୟାରେ ସେ ଭୁବନେଶ୍ୱର AIIMSର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଆସନ୍ତା ୧୫ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ । ସେହି ଦିନ ସେ ବାଳିକା ଉଚ୍ଚବିଦ୍ୟାଳୟର ୩ଟି ନୂଆ ବିଲ୍ଡିଂର ଶିଳାନ୍ୟାସ କରିବେ ଓ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀ ସମାରୋହରେ ‘କଳିଙ୍ଗ ରତ୍ନ ପୁରସ୍କାର ୨୦୨୪’ ପ୍ରଦାନ କରିବେ ।
What's Your Reaction?






