ଜଣେ ବହୁମୁଖୀ ପ୍ରତିଭାର ବିଲୟ — ନିରଞ୍ଜନ ରଥଙ୍କ ପରଲୋକ
ସାମ୍ବାଦିକତା ଓ ସମାଜସେବାରେ ଅପୂର୍ଣ୍ଣ ଶୂନ୍ୟତା ରେଖାଇ ଗଲେ ପୂର୍ବତନ ‘ସମାଜ’ ସମ୍ପାଦକ

ଭୁବନେଶ୍ୱର : ଜଣେ ଖ୍ୟାତିନାମା ସାମ୍ବାଦିକ, ସାହିତ୍ୟିକ ଓ ସମାଜସେବୀ ନିରଞ୍ଜନ ରଥ ଗତକାଲି (୧୯ ଜୁନ) ରାତି ୧୧ଟାରେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳେ ତାଙ୍କ ବୟସ ୭୮ ବର୍ଷ ଥିଲା । ସେ ଦୀର୍ଘ ରୋଗରେ ପୀଡ଼ିତ ଥିଲେ ।
ନିରଞ୍ଜନ ରଥ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ଦାୟିତ୍ୱ ନିଭାଇଥିଲେ । ସେ ‘ସମାଜ’ ପତ୍ରିକାର ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକର ଭାବରେ ଦୀର୍ଘଦିନ ଚାକିରି କରିଥିଲେ । ସାମ୍ବାଦିକତା ଓ ସମାଜସେବାକୁ ନିଜ ଜୀବନର ଧ୍ୟେୟ କରିଥିବା ଏହି ବହୁମୁଖୀ ପ୍ରତିଭା ସଦା ନିଜ କାର୍ଯ୍ୟ ଦ୍ୱାରା ଅନେକଙ୍କୁ ପ୍ରେରଣା ଦେଇଥିଲେ ।
ତାଙ୍କ ପରଲୋକର ଖବର ମିଳିବା ସହ ବ୍ୟାପକ ଭାବରେ ଶୋକର ଚାଞ୍ଚଳ୍ୟ ଦେଖା ଦେଇଛି । ଓଡ଼ିଆ ସାହିତ୍ୟ ଓ ସାମ୍ବାଦିକତା ଜଗତ ତାଙ୍କ ବିୟୋଗରେ ଏକ ଅପୂରଣୀୟ କ୍ଷତି ଅନୁଭବ କରୁଛି ।
What's Your Reaction?






