ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

୧୯ ହଜାର କୋଟି ଟଙ୍କାର ବିନିଯୋଗରେ ବରପୁତ୍ରଙ୍କ ଗ୍ରାମକୁ ବିକଶିତ କରି ପର୍ଯ୍ୟଟନ ଓ ସଂସ୍କୃତିକ କେନ୍ଦ୍ର କରାଯିବ

Jun 20, 2025 - 19:32
 0  0
ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡ଼ିଶାର ବରପୁତ୍ରଙ୍କ ଐତିହ୍ୟ ଗ୍ରାମ ଯୋଜନାର ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ବରପୁତ୍ରମାନଙ୍କ ଜନ୍ମସ୍ଥଳକୁ ଐତିହ୍ୟ ଏବଂ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବା।

ଏହି ଯୋଜନା ଅନ୍ତର୍ଗତରେ ପ୍ରତ୍ୟେକ ଗ୍ରାମ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବା ସହ ମୋଟ ୧୯,୦୦୦ କୋଟି ଟଙ୍କା ବିନିଯୋଗ ହେବ। ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟରେ ପରିଣତ କରିବା, ପ୍ରତିମୂର୍ତ୍ତି, ବ୍ୟାଖ୍ୟାନ କେନ୍ଦ୍ର, ଶିଶୁ ଉଦ୍ୟାନ, କାରୁକଳା ଷ୍ଟଲ୍‌, ଗ୍ରନ୍ଥାଗାର, ନାଟ୍ୟମଞ୍ଚ ଓ ସମ୍ମିଳନୀ କକ୍ଷ ନିର୍ମାଣ ମଧ୍ୟ ଏହାର ଅଂଶ । 

ମୋଦୀ ଏହି ଅବସରରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଅଧୀନରେ ୧୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ଚଳାଚଳ ସେବା ଆରମ୍ଭ କରିଛନ୍ତି। ଏହି ବସ୍‌ଗୁଡ଼ିକ ନରାଜ୍ ଡିପୋରୁ ଚାଲିବେ, ଯାହା ସମ୍ପୂର୍ଣ୍ଣ ଗ୍ରିନ ବିଲ୍ଡିଂ ଟେକ୍ନୋଲୋଜି ରେ ନିର୍ମିତ। ଭୁବନେଶ୍ୱର, ପୁରୀ ଓ କଟକର ୧୯ ରୁଟ୍‌ରେ ବସ୍ ଚଳିବ।

ପ୍ରଧାନମନ୍ତ୍ରୀ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପାଇଁ ପୁସ୍ତିକା ଉନ୍ମୋଚନ କରିଥିଲେ, ଯେଉଁଥିରେ ପ୍ରତି ପଞ୍ଚାୟତରେ ଅନ୍ୟୁନ ଗୋଟିଏ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଯୋଜନା ଅଛି।

ମୋଦୀ ୯,୬୪୨ କୋଟି ଟଙ୍କା ମୂଲ୍ୟର ୬୦ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ ଓ ୯,୦୧୧ କୋଟି ଟଙ୍କା ମୂଲ୍ୟର ୪୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏଥିରେ କୃଷି, ସ୍ୱାସ୍ଥ୍ୟ, ଜଳ, ଶକ୍ତି, ସଡକ, ରେଳ, ବନ୍ଦର ଓ ଅନ୍ୟାନ୍ୟ କ୍ଷେତ୍ର ଅନ୍ତର୍ଭୁକ୍ତ ।

What's Your Reaction?

like

dislike

love

funny

angry

sad

wow