ପୁରୀରେ ପଇଡ଼ ବିବାଦରେ ଗଲା ପ୍ରାଣ: ଘରେ ପଶି ଯୁବକଙ୍କୁ ହତ୍ୟା
ବାସେଳିସାହି ଅନ୍ତର୍ଗତ ମଶାଣିଚଣ୍ଡୀ ସାହିରେ ହେଲା ବୀଭତ୍ସ ହତ୍ୟାକାଣ୍ଡ, ପୋଲିସର ତଦନ୍ତ ଜାରି

ପୁରୀ, ୧୬ ମେ: ପୁରୀ ଜିଲ୍ଲାର ବାସେଳିସାହି ଅଞ୍ଚଳରେ ପଇଡ଼ ତୋଳାକୁ କେନ୍ଦ୍ର କରି ହୋଇଥିବା ବିବାଦ ହତ୍ୟାର ମୋଡ଼ ନେଇଛି । ମଶାଣିଚଣ୍ଡୀ ସାହି ଅଞ୍ଚଳର କୁନା ବେହେରା ଏହି ହତ୍ୟାର ଶିକାର ହୋଇଛନ୍ତି।
ସୂଚନା ଅନୁସାରେ, କୁନା ବେହେରାଙ୍କର ଜଣେ ଯୁବକ
ଙ୍କ ସହିତ ପଇଡ଼ ତୋଳା ବିଷୟରେ ବିବାଦ ହୋଇଥିଲା। ବିବାଦ ପରେ, ଅଭିଯୁକ୍ତ ଯୁବକ ଗତରାତିରେ କୁନାଙ୍କ ଘରେ ପଶି, ଶୋଇଥିବା ଅବସ୍ଥାରେ ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ହେବା ପରେ କୁନାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନା ପାଇ ପୁରୀ ବାସେଳିସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଘଟଣା ବିଷୟରେ ଗଭୀର ତଦନ୍ତ ଆରମ୍ଭ କରାଯାଇଛି ।
ପୋଲିସ ଏହି ହତ୍ୟାକାଣ୍ଡ ସହିତ ସଂପୃକ୍ତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ କାର୍ଯ୍ୟ କରୁଛି। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ପକ୍ଷରୁ ନିରାପତ୍ତା ବୃଦ୍ଧି କରାଯାଇଛି।
What's Your Reaction?






