କଟକରେ ବେଆଇନ ପାଣି ବିକ୍ରୟ ଉପରେ ସିଏମସିର ଚଢ଼ାଉ

ପଞ୍ଜିକରଣ ଓ ବିଶୋଧନ ବିନା ପାଣି ବିକ୍ରି; ଡାଇରିଆ ଭୟ ଦୃଷ୍ଟିରେ ନିଆଗଲା କଡା କାର୍ଯ୍ୟାନୁଷ୍ଠାନ

Jun 18, 2025 - 16:53
 0  0
କଟକରେ ବେଆଇନ ପାଣି ବିକ୍ରୟ ଉପରେ ସିଏମସିର ଚଢ଼ାଉ

ଭୁବନେଶ୍ୱର : କଟକ ସହରର ଅନେକ ଅଞ୍ଚଳରେ ଅବୈଧ ଭାବରେ ପାଣି ବିକ୍ରି କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆଜି ରେଡ କରିଛି କଟକ ମହାନଗର ନିଗମ (C.M.C) ର ସ୍ୱାସ୍ଥ୍ୟ ବିଭାଗ। ଶଙ୍କରପୁର ଦାସସାହି ଓ ଉପର ସାହି ଅଞ୍ଚଳର କେତେକ ପାଣି କମ୍ପାନୀ ଉପରେ ଏହି ଚଢ଼ାଉ କରାଯାଇଛି।

ସିଏମସି ଟିମ୍ ଦ୍ୱାରା ପ୍ରତ୍ୟକ୍ଷ ତଦନ୍ତରେ ଜଣାପଡ଼ିଛି ଯେ, ବେଆଇନ ଭାବରେ ନା ବୋରିଙ୍ଗ ପାଣି ବ୍ୟବହାର କରାଯାଉଛି, ନା ଏହାକୁ ବିଶୋଧନ କରାଯାଉଛି, ଏବଂ କୌଣସି ରଜିଷ୍ଟ୍ରେସନ କାଗଜପତ୍ର ମଧ୍ୟ ନାହିଁ।

ଏହି ଅଭିଯାନ ପରେ ଏକାଧିକ ଅବୈଧ ପାଣି ବିକ୍ରୟ କେନ୍ଦ୍ରକୁ ସିଲ କରାଯାଇଛି। ଡାଇରିଆ ରୋଗ ଦ୍ରୁତ ଭାବରେ ପ୍ରସାର ପାଉଥିବା ଯୋଗୁଁ ଏହି କଡା ପଦକ୍ଷେପ ନିଆଯାଇଛି। ଏହି ଅଭିଯାନ ସହର ବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଜଣାଯାଉଛି।

What's Your Reaction?

like

dislike

love

funny

angry

sad

wow