ଅଧା ରହିଗଲା ମନ୍ଦିର ଦର୍ଶନ
ଜନ୍ମଦିନ ପାଇଁ ମନ୍ଦିର ଯିବା ପୂର୍ବରୁ ନଦୀରେ ବୁଡି ଜୀବନ ହାରିଲେ ଜେଜେ-ନାତି

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ସିଲିପଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ନାତିର ଜନ୍ମଦିନ ପାଳନ ପାଇଁ ମନ୍ଦିରକୁ ଯିବା ସମୟରେ ଜେଜେବାପା ବାସୁଦେବ ମହାନ୍ତି ଦୁଇ ନାତିଙ୍କ ସହ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ।
ଗାଧୋଇବା ସମୟରେ ଦୁଇ ନାତି ବୁଡିଯିବା ଦେଖି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଜେଜେବାପା ନିଜେ ବୁଡ଼ି ପ୍ରାଣ ହରାଇଛନ୍ତି। ବଡ଼ ନାତିକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ସାନ ନାତି (ଦିବୟାଂଶୁ, ୯ ବର୍ଷ)କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବାପରେ, ସେଠାରେ ମୃତ୍ୟୁ ଘଟିଛି।
ଏହି ଦୁଃଖଦ ଘଟଣା ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।
What's Your Reaction?






