ହତ୍ୟା ମାମଲା: ଭାଙ୍ଗିଲା ଅଭିଯୁକ୍ତ ରାଜା ନାୟକ ଘର
ସରକାରୀ ଜମିରେ ଅବୈଧ ନିର୍ମାଣ ଓ ନିଶା କାରବାର ସଂପୃକ୍ତି ପାଇଁ କେଦାରପଲି ବସ୍ତିର ଘର ଧ୍ୱଂସ କଲା ପୋଲିସ, ବିଡ଼ିଏ ଓ ବିଏମସି

ଭୁବନେଶ୍ଵର: ସହଦେଵ ନାୟକ ବୀଭତ୍ସ ହତ୍ୟାକାଣ୍ଡ ସହିତ ସଂପୃକ୍ତ ଅଭିଯୁକ୍ତ ରାଜା ନାୟକଙ୍କ ଘରକୁ ଆଜି ପ୍ରଶାସନ ଧ୍ୱଂସ କରିଛି। ଭୁବନେଶ୍ଵର କେଦାରପଲି ବସ୍ତିରେ ଥିବା ଘରଟି ଅବୈଧ ଭାବରେ ସରକାରୀ ଜମିରେ ନିର୍ମିତ ଥିଲା ଏବଂ ସେଠାରୁ ନିଶା କାରବାର ଚଳାଉଥିଲେ ବୋଲି ଅଭିଯୋଗ ମିଳିଥିଲା।
୨୦୨୫ ଜାନୁଆରୀ ୮ରେ ଭୁବନେଶ୍ଵରରେ ସହଦେଵ ନାୟକଙ୍କ ଗଣ୍ଡିମୁଣ୍ଡକୁ ଅଲଗା କରି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ସହିତ ଜଡିତ ଥିବା ରାଜା ନାୟକ ଓ ଅନ୍ୟ ୫ ଜଣଙ୍କୁ ସ୍ପେଶାଲ ସ୍କ୍ବାଡ ଗିରଫ କରିଥିଲା।
ନିଶା କାରବାର ସଂପୃକ୍ତ ଥିବା ଘଟଣାକୁ ନେଇ କ୍ୟାପିଟାଲ ଥାନା ପୋଲିସ ବିଡ଼ିଏକୁ ଚିଠି ଲେଖି ଘର ଧ୍ୱଂସ ପାଇଁ ଅନୁରୋଧ କରିଥିଲେ। ଏହି ପରେ, କମିଶନରେଟ ପୋଲିସ, ବିଡ଼ିଏ ଓ ବିଏମସି ମିଶି ଅଭିଯୁକ୍ତଙ୍କ ଘରକୁ ଧ୍ୱଂସ କରିଦେଇଛନ୍ତି।
ଘଟଣା ପରେ ଅଞ୍ଚଳରେ ଆତଙ୍କର ସୃଷ୍ଟି ହୋଇଛି, ଓ ପ୍ରଶାସନ ଅପରାଧ ଦମନ ପାଇଁ କଠୋର ପଦକ୍ଷେପ ଗ୍ରହଣ କରୁଛି।
What's Your Reaction?






