ପିତାଙ୍କ ଅନ୍ତିମ ସଂସ୍କାରକୁ ଯାଉଥିବା ବେଳେ ଦୁର୍ଘଟଣା: ଦମ୍ପତିଙ୍କ ମୃତ୍ୟୁରେ ଶୋକ

ବୌଦ୍ଧ ଜିଲ୍ଲାରେ ଦୁର୍ଘଟଣା, ଟ୍ରକ୍ ସହ କାର ଧକ୍କା ଘଟଣାରେ ଜୀବନ ହାରିଲେ ସ୍ବାମୀ-ସ୍ତ୍ରୀ

Jul 3, 2025 - 14:45
 0  0
ପିତାଙ୍କ ଅନ୍ତିମ ସଂସ୍କାରକୁ ଯାଉଥିବା ବେଳେ ଦୁର୍ଘଟଣା: ଦମ୍ପତିଙ୍କ ମୃତ୍ୟୁରେ ଶୋକ

ଭୁବନେଶ୍ୱର : ବୌଦ୍ଧ ଜିଲ୍ଲା ନୂଆପଡ଼ା ନିକଟ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ୫୭ ଉପରେ ଗତକାଲି ରାତି ଦେଢ଼ଟା ପାଖାପାଖି ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ରାଜକିଶୋର ସାହୁ (ଶିକ୍ଷକ) ଓ ତାଙ୍କ ପତ୍ନୀ ମିନାକ୍ଷୀ ସାହୁଙ୍କ ମୃତ୍ୟୁ ଘଟିଛି।

ସେମାନେ ନିଜ ପିତାଙ୍କ ଅନ୍ତିମ ସଂସ୍କାର ପାଇଁ ଗାଁକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ରାମ୍ଭୀକଟା ଟୋଲ୍ ଗେଟ୍ ନିକଟରେ ଏକ ଖୁଦ ବୋଝେଇ ଟ୍ରକ୍‌ ସହ କାର ମୁହାଁମୁହିଁ ଧକ୍କା ଖାଇଥିଲା। ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲେ, କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

What's Your Reaction?

like

dislike

love

funny

angry

sad

wow