ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା: ତିସ୍ତା ନଦୀକୁ ଖସିଲା ପର୍ଯ୍ୟଟକଙ୍କ କାର, ୯ ଜଣ ନିଖୋଜ

ଓଡ଼ିଶା ଓ ପଶ୍ଚିମ ବଙ୍ଗର ପର୍ଯ୍ୟଟକ ନିଖୋଜ, ସେନା, ଆଇଟିବିପି ଓ ପୋଲିସ ପକ୍ଷରୁ ରାତିରେ ଉଦ୍ଧାର କାର୍ଯ୍ୟ

May 30, 2025 - 13:15
May 30, 2025 - 13:29
 0  1
ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା: ତିସ୍ତା ନଦୀକୁ ଖସିଲା ପର୍ଯ୍ୟଟକଙ୍କ କାର, ୯ ଜଣ ନିଖୋଜ
ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା: ତିସ୍ତା ନଦୀକୁ ଖସିଲା ପର୍ଯ୍ୟଟକଙ୍କ କାର, ୯ ଜଣ ନିଖୋଜ

ଭୁବନେଶ୍ୱର: ଗତକାଲି ରାତିରେ ସିକ୍କିମର ମାଙ୍ଗାନ ଜିଲ୍ଲାରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଏକ କାର ତିସ୍ତା ନଦୀରେ ଖସିପଡିଛି। ଏହି କାରରେ ୧୧ ଜଣ ପର୍ଯ୍ୟଟକ ଥିବା ବେଳେ ୯ ଜଣ ଏବେ ବି ନିଖୋଜ ଅଛନ୍ତି। ନିଖୋଜ ହୋଇଥିବା ବ୍ୟକ୍ତିମାନେ ଓଡ଼ିଶା ଓ ପଶ୍ଚିମ ବଙ୍ଗ ର ଥିବା ସୂଚନା ମିଳିଛି।

ପୋଲିସ ଓ ସ୍ଥାନୀୟ ପ୍ରଶାସନଙ୍କ ଅନୁସାରେ, ଖରାପ ପାଗ ଓ ଖସଡ଼ା ରାସ୍ତା ହେତୁ କାର ନିୟନ୍ତ୍ରଣ ହରାଇ ତିସ୍ତା ନଦୀକୁ ଖସିପଡ଼ିଥିଲା। ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଥିଲା।

ମାଙ୍ଗାନ ଜିଲ୍ଲାର ପୋଲିସ ଅଧୀକ୍ଷକ ସୋନମ ଡେଚୁ ସୂଚନା ଦେଇଛନ୍ତି ଯେ, ଚୁଙ୍ଗଥାଙ୍ଗ ଏସଡିପିଓ, ସିକ୍କିମ ପୋଲିସ, ଭାରତୀୟ ସେନା, ଆଇଟିବିପି ଓ ଜିଲ୍ଲା ପ୍ରଶାସନ ମିଳି ଉଦ୍ଧାର କାର୍ଯ୍ୟ ଚାଲାଇଛନ୍ତି। ଦୁଇ ଜଣ ଯାତ୍ରୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି ଓ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନେଯାଯାଇଛି।

ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି, ହେଲେ ବିପରୀତ ପାଗ ଉଦ୍ଧାରରେ ବାଧା ସୃଷ୍ଟି କରୁଛି।

ଘଟଣା ସହିତ ସଂପୃକ୍ତ ସବୁ ଦଳ ଏବେ ବି ନିଖୋଜ ଯାତ୍ରୀଙ୍କୁ ଖୋଜୁଥିବା ସୂଚନା ମିଳିଛି।

What's Your Reaction?

like

dislike

love

funny

angry

sad

wow