ଘୁମୁସର ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବ
ଦୁଇ ମୃତ, ଫସଲ ନଷ୍ଟ, ଗ୍ରାମବାସୀ ଭୟଭୀତ, ସ୍ଥାୟୀ ସମାଧାନ ଦାବି

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲାର ଘୁମୁସର ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବ ଦୀର୍ଘଦିନ ଧରି ଚାଲିଥିବା ବେଳେ ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଗତ କିଛି ଦିନ ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ଓ ବ୍ୟାପକ ଧାନ ଫସଲ ନଷ୍ଟ ହେବା ପରେ ଅଞ୍ଚଳବାସୀ ଆନ୍ଦୋଳିତ।
ମୁକୁଲିଙ୍ଗିଆ, ଗମ୍ଭାରୀଗୁଡା, ପୁକୁଲିଙ୍ଗିଆ ଓ ଅନ୍ୟାନ୍ୟ ଗ୍ରାମର ଶତାଧିକ ଲୋକେ ଜିଲ୍ଲାପାଳଙ୍କ ନିକଟକୁ ଗୁହାରି କରି ହାତୀ ସମସ୍ୟାର ସ୍ଥାୟୀ ସମାଧାନ ଓ ତୁରନ୍ତ କ୍ଷତିପୂରଣ ଦାବି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ, ଲିଖିତ ଆବେଦନ ଦେଇଥିଲେ ମଧ୍ୟ ବିଭାଗରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଏଥିପରେ ବନ ବିଭାଗ ଏକ୍ସନ୍ରେ ଆସି ରାତି-ଦିନ ଅଭିଯାନ ଚାଲାଇ ଗାଁକୁ ଗାଁ ବୁଲି ଲୋକଙ୍କୁ ସତର୍କ କରୁଛନ୍ତି। ମୁକୁଲିଙ୍ଗିଆ ଗ୍ରାମରେ ଏକ ଦନ୍ତା ଗ୍ରୀଲ ଭାଙ୍ଗିବା ଚେଷ୍ଟା କରିଥିବା ଓ ଫସଲ ଧ୍ୱଂସ କରିଥିବା ସୂଚନା ମିଳିଛି। ଅଞ୍ଚଳର ଲୋକେ ରାତିରେ ଉଜାଗର ରହି ନିଜ ଜୀବନ ଓ ଧନ ସୁରକ୍ଷା କରୁଛନ୍ତି।
What's Your Reaction?






