ଚକା ଫାଟି ଘରକୁ ପଶିଲା କାର, ଜଣେ ମୃତ, ୪ ଆହାତ

ଗଞ୍ଜାମର କେ.ନୂଆଁପଲ୍ଲୀ ନିକଟରେ ଭୟାବହ ଦୁର୍ଘଟଣା, ଦୁଇ ଆହାତଙ୍କ ଅବସ୍ଥା ଗୁରୁତର

Jul 16, 2025 - 14:57
Aug 6, 2025 - 11:29
 0  1
ଚକା ଫାଟି ଘରକୁ ପଶିଲା କାର, ଜଣେ ମୃତ, ୪ ଆହାତ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ କେ.ନୂଆଁପଲ୍ଲୀ ଗାଁ ନିକଟରେ ମଙ୍ଗଳବାର ଦିନ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଏକ ଚଳନ୍ତା କାରର ଚକା ଫାଟିଯିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ଘର ଭିତରକୁ ଘୁସିଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି ।

ଘଟଣାରେ ଖାରିଆ ଗାଁର ଧୋବା ମହାନ୍ତି ନାମକ ବ୍ୟକ୍ତିଙ୍କ ଜୀବନ ଅକାଳରେ ବିଲୀନ ହୋଇଛି । ଏହି ଘଟଣାରେ ଅନ୍ୟ ୪ ଜଣ ଆହାତ ହୋଇଛନ୍ତି, ଯାହାରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଜଣାପଡ଼ୁଛି କାରଟି କବିସୂର୍ଯ୍ୟନଗର ନିକଟସ୍ଥ ପଥରା ଗାଁ ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ପରେ କୋଟିନଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ କାରକୁ ଜବତ କରିଛି।

What's Your Reaction?

like

dislike

love

funny

angry

sad

wow