ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା ପ୍ରକ୍ରିୟା ଶୀଘ୍ର ଆରମ୍ଭ, ASI ମହାନିର୍ଦ୍ଦେଶକଙ୍କ ଦୁଇଦିନିଆ ଓଡିଶା ଗସ୍ତ
୧୫ ଜଣ ବିଶେଷଜ୍ଞ ଟିମ ସହିତ ସୂର୍ଯ୍ୟ ମନ୍ଦିର ପରିଦର୍ଶନ, ବାଲି କାଢ଼ିବା ପାଇଁ ପଶ୍ଚିମ ଦ୍ୱାର ଦ୍ୱାରା ନୂଆ ପଥ ତିଆରି

ଭୁବନେଶ୍ୱର: ଆର୍କିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ASI) ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ସେ ବିଶେଷ ଭାବେ ମନ୍ଦିରର ଗର୍ଭଗୃହ ଭିତରେ ଥିବା ବାଲି କାଢ଼ିବା ପ୍ରକ୍ରିୟା ସମ୍ପର୍କରେ ଅବସ୍ଥା ଅନୁଧ୍ୟାନ କରିଛନ୍ତି।
ତାଙ୍କ ସହିତ ପୁରୀ ସର୍କଲ ଅଧିକାରୀ ସମେତ ୧୫ ଜଣିଆ ବିଶେଷଜ୍ଞ ଦଳ ମଧ୍ୟ ସାମିଲ ଥିଲେ। ରାୱତ ସୂଚନା ଦେଇଛନ୍ତି ଯେ ଖୁବ ଶୀଘ୍ର ବାଲି କାଢ଼ିବା କାର୍ଯ୍ୟ ଆରମ୍ଭ ହେବ। ବର୍ତ୍ତମାନ ବାଲି କାଢ଼ିବା କାର୍ଯ୍ୟ ବନ୍ଦ ଥିଲେ ମଧ୍ୟ, ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ସମାନତାରେ ଏକ ୪ରୁ ୫ ଫୁଟ ଗର୍ତ୍ତ ଖୋଳିବା ଯୋଜନା ଅଛି।
ଏହି ଗର୍ତ୍ତ ମାଧ୍ୟମରେ ଗର୍ଭଗୃହ ଅଭିମୁଖରେ ଯିବା ପଥ ତିଆରି ହେବ ଯାହା ଦ୍ୱାରା ବାଲି ସୁରକ୍ଷିତ ଭାବେ ବାହାର କରାଯିବ। ଏହି ପ୍ରକଳ୍ପ ପାଇଁ ୩ ବର୍ଷ ଲକ୍ଷ୍ୟ ଧାର୍ଯ୍ୟ ଥିଲା, ହେଲେ ଏହାର ୨ ବର୍ଷ ଅଧିକ ସମୟ ବିତିଗଲା ବୋଲି ରାୱତ କହିଛନ୍ତି।
What's Your Reaction?






