କୋଇଲା ପରିବହନ ବିରୋଧରେ ଧାରଣା: ୧୯ ଘଣ୍ଟା ପରେ ମୁକ୍ତ ହେଲେ ବିଧାୟକ

ଭୁବନେଶ୍ୱର: ହେମଗିରି ବ୍ଲକର ବରପାଲି ରେଳ ସାଇଡିଂ ରାସ୍ତାରେ କୋଇଲା ପରିବହନକୁ ବିରୋଧ କରି ଚାରି ମାସ ଧରି ଧାରଣାରେ ବସିଥିବା ବିଧାୟକ ଯୋଗେଶ ସିଂ ଓ ସ୍ଥାନୀୟ ୬୪ ଜଣ ଗ୍ରାମବାସୀଙ୍କୁ ଗତକାଲି ପୁଲିସ ଧାରଣାସ୍ଥଳରୁ ଉଠାଇ ନେଇ ଅଟକ ରଖିଥିଲା।
ସୂଚନା ଅନୁଯାୟୀ, ଗତ ୪ ମାସ ଧରି ବରପାଲି ରେଳ ସାଇଡିଂ ରେ କୋଇଲା ପରିବହନ ବନ୍ଦ କରି ଧାରଣା ଦେଇ ଆସୁଥିଲେ ବିଧାୟକ ଓ ଗ୍ରାମବାସୀ। ଏହି ଧାରଣାର ଫଳରେ ପରିବହନ ଠପ ହୋଇଥିବା ନେଇ ପ୍ରଶାସନ ତତ୍ପର ହୋଇଥିଲା।
ଗତକାଲି ପୁଲିସ ଧାରଣାସ୍ଥଳରୁ ବିଧାୟକଙ୍କ ସମେତ ୬୪ ଜଣଙ୍କୁ ଉଠାଇ ନେଇଯାଇଥିଲେ। ଏହି ଅଟକର ୧୯ ଘଣ୍ଟା ପରେ ଉପଜିଲ୍ଲାପାଳ ଅତିରିକ୍ତ ଏସପି, ଓ ଏସଡିପିଓଙ୍କ ସହ ଆଲୋଚନା ପରେ ଗ୍ରାମବାସୀ ଓ ବିଧାୟକଙ୍କୁ ଛାଡ଼ି ଦିଆଯାଇଛି।
ପ୍ରଶାସନ, ପୁଲିସ, ବିଧାୟକ ଓ ଗ୍ରାମବାସୀଙ୍କ ମଧ୍ୟରେ ଆସନ୍ତା ୬ ତାରିଖରେ ବୈଠକ ହେବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଦୀର୍ଘକାଳୀନ ସମାଧାନ ପାଇଁ ବିସ୍ତୃତ ଆଲୋଚନା କରାଯିବ ।
What's Your Reaction?






