କଟକ ରେଳ ଷ୍ଟେସନରେ ମାଲ ଗାଡି ଲାଇନଚ୍ୟୁତ, ରେଳ ଚଳାଚଳ ବାଧାଗ୍ରସ୍ତ

ତିନିଟି ୱାଗନ ଲାଇନଚ୍ୟୁତ, ଗୋଟିଏ ୱାଗନ ଓଲଟିଲା, ଧାରଣାରେ ଭାରୀ କ୍ଷତି

Jun 30, 2025 - 14:42
 0  0
କଟକ ରେଳ ଷ୍ଟେସନରେ ମାଲ ଗାଡି ଲାଇନଚ୍ୟୁତ, ରେଳ ଚଳାଚଳ ବାଧାଗ୍ରସ୍ତ

ଭୁବନେଶ୍ୱର : ଆଜି ସକାଳେ କଟକ ପାରାଦ୍ୱୀପ ଆଠ ନମ୍ବର ରେଳ ଧାରଣାରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇପଡ଼ିଛି। ଏହି ଘଟଣାରେ ମୋଟ ୩ଟି ୱାଗନ ଲାଇନ ଛାଡ଼ିଦେଇଛି, ଯାହାମାନଙ୍କୁ ମଧ୍ୟରୁ ଗୋଟିଏ ମାଟିକୁ ଓଲଟି ପଡ଼ିଛି।

ଘଟଣାସ୍ଥଳର ଧାରଣା ବ୍ୟବସ୍ଥା ଭାରୀ କ୍ଷତିଗ୍ରସ୍ତ ହୋଇଛି। ଏହି ଆଠ ନମ୍ବର ଲାଇନ ଦ୍ୱାରା ଚାଲୁଥିବା ସମସ୍ତ ପ୍ରକାର ଯାତ୍ରୀ ଓ ମାଲ ରେଳ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଘଟଣା ପରେ ରେଳ ଉଚ୍ଚ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମରାମତି କାମ ଜୋରଦାରିରେ ଚାଲିଛି ଓ ଯେତେଶୀଘ୍ର ଲାଇନ ସାଧାରଣ ହେବା ପାଇଁ ପ୍ରୟାସ ଚାଲିଛି।

ଏପରି ଘଟଣା ହେବାର କାରଣ ତଦନ୍ତ ପରେ ଖୋଲାସା ହେବ ବୋଲି ରେଳ ବିଭାଗ ସୂଚନା ଦେଇଛି।

What's Your Reaction?

like

dislike

love

funny

angry

sad

wow