ମୟୂରଭଂଜରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ, ରୋଗୀଙ୍କ ମୃତ୍ୟୁ
ଆମ୍ବୁଲାନ୍ସ ସେବା ନମିଳିବାରୁ କଟକ ସ୍ଥାନାନ୍ତର ପୂର୍ବରୁ ଜୀବନ ହାରିଲେ କାନ୍ଦ୍ରା ସିଂ

ଭୁବନେଶ୍ୱର : ମୟୂରଭଂଜରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଏକାଧିକ ଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ରହିବାରୁ ରୋଗୀ ପରିବହନ ସେବା ରେ ବାଧା ଦେଖା ଯାଉଛି । ଏହାର ପ୍ରଭାବରେ ଶମାଖୁଣ୍ଟା ବ୍ଲକର ଶରତଚନ୍ଦ୍ରପୁର ଗ୍ରାମର କାନ୍ଦ୍ରା ସିଂଙ୍କ ମୃତ୍ୟୁ ଘଟିଛି।
ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରୁ କଟକକୁ ସ୍ଥାନାନ୍ତର ହେବାକୁ ଥିବା ସମୟରେ ଆମ୍ବୁଲାନ୍ସ ମିଳିନଥିଲା । ପରିବାର ବାଲେଶ୍ବରରୁ ଆମ୍ବୁଲାନ୍ସ ବ୍ୟବସ୍ଥା କଲେ, କିନ୍ତୁ ଗାଡ଼ି ପହଞ୍ଚିବା ପୂର୍ବରୁ ସେ ପ୍ରାଣ ହରେଇଥିଲେ । ଘଟଣାରେ ଅଞ୍ଚଳରେ ଉଦ୍ବେଗ ଛାଇଛି।
What's Your Reaction?






