ପାତ୍ରପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଝିଅ ପରେ ମା’ଙ୍କର ମୃତ୍ୟୁ

ଭୁବନେଶ୍ୱର : ପାତ୍ରପଡ଼ାରେ ରାଖୀ ପୂର୍ଣ୍ଣିମା ଦିନ ଘଟିଥିବା ଦୁର୍ଘଟଣାରେ ୮ ବର୍ଷୀୟ ଝିଅ ପରେ ଆଜି ତା’ଙ୍କ ମା’ ରେବତୀ ରାଉଳଙ୍କ ମୃତ୍ୟୁ ଘଟିଛି। ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିବାବେଳେ ସେ ପ୍ରାଣ ହରାଇଥିଲେ। ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡ ଗୁରୁତର ଭାବେ ଆହତ ହୋଇଥିଲା।
ରକ୍ଷାବନ୍ଧନ ପାଇଁ ପଟିଆରେ ବାପଘରକୁ ଯାଇଥିବା ରେବତୀ, ସନ୍ଧ୍ୟାବେଳେ ପୁଅ ଓ ଝିଅଙ୍କୁ ନେଇ ଘରକୁ ଫେରୁଥିଲେ। ଘର ନିକଟରେ ରାସ୍ତା ପାର କରୁଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଥାର ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ସ୍ଥଳରେ ୮ ବର୍ଷୀୟ ରେଶମାଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ହେବାରୁ ରେବତୀଙ୍କୁ ଏମ୍ସ ଭୁବନେଶ୍ୱରକୁ ନେଇଯାଇ ପରେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ତାଙ୍କ ଦୁଇବର୍ଷୀୟ ପୁଅ ସାମାନ୍ୟ ଆହତ ହୋଇଥିଲା।
ସ୍ଥାନୀୟମାନେ ଗତକାଲି ଘଟଣାକୁ ନେଇ ରାଜପଥ ବନ୍ଦ କରିଥିଲେ ଓ ଦୁର୍ଘଟଣାକାରୀ ଗାଡ଼ିକୁ ଜବତ କରାଯାଇଛି। ଡ୍ରାଇଭର ଏବେବି ଫେରାର ଅଛି।
What's Your Reaction?






