ବାଲେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ, ୪ ଅଭିଯୁକ୍ତ ଗିରଫ

ଭିଡିଓ ଧମକ ଦେଇ ବଳାତ୍କାର, ପରିବାର ଅଭିଯୋଗରେ ପୁଲିସ ତଦନ୍ତ

Aug 26, 2025 - 17:39
 0  0
ବାଲେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଥାନାରେ ଜଣେ ୧୫ ବର୍ଷୀୟ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏଥିରେ ଜଣେ ୧୮ ବର୍ଷର ଯୁବକ ଏବଂ ତିନିଜଣ ନାବାଳକ ସମ୍ପୃକ୍ତ।

ପ୍ରାୟ ସାତ ମାସ ପୂର୍ବରୁ ଯୁବକଜଣକ ନାବାଳିକାଙ୍କୁ ବୁଲିବା ବାହାନାରେ ଡାକି ଅନ୍ୟ ୩ ନାବାଳକ ସହିତ ମିଶି ଦୁଷ୍କର୍ମ କରିଥିଲା। ସେମାନେ ଏହି ଘଟଣାର ଭିଡିଓ ମଧ୍ୟ କରିଥିଲେ।

ଚଳିତ ମାସ ୧୪ ତାରିଖରେ ସେମାନେ ପୁଣି ନାବାଳିକାକୁ ଡାକିଥିଲେ, କିନ୍ତୁ ସେ ଯିବାକୁ ମନା କରିବାରୁ ଅଭିଯୁକ୍ତମାନେ ପୂର୍ବ ଭିଡିଓ ଭାଇରାଲ କରିବାର ଧମକ ଦେଇ ତାଙ୍କ ଭାଇଙ୍କୁ କିଛି ଫୋଟୋ ପଠାଇଥିଲେ।

ପରିବାରକୁ ଏହି ବିଷୟ ଜଣାପଡିବା ପରେ ପୀଡିତାଙ୍କ ବାପା ପୋଲିସଙ୍କୁ ଲିଖିତ ଅଭିଯୋଗ କଲେ। ବସ୍ତା ଥାନା ପୋଲିସ ମାମଲା (୩୦୫/୨୫) ରୁଜୁ କରି ସମସ୍ତଙ୍କୁ ଗିରଫ କରିଛି ଏବଂ ଡାକ୍ତରୀ ମଇନା ପାଇଁ ପଠାଇଛି।

What's Your Reaction?

like

dislike

love

funny

angry

sad

wow