ନୂଆଖାଇ ପାଇଁ ୨୯ ଅଗଷ୍ଟରେ ସରକାରୀ ଛୁଟି

୧୩ ସେପ୍ଟେମ୍ବର ଦ୍ୱିତୀୟ ଶନିବାର କାର୍ଯ୍ୟଦିବସ ଭାବେ ଘୋଷଣା

Aug 26, 2025 - 17:44
 0  0
ନୂଆଖାଇ ପାଇଁ ୨୯ ଅଗଷ୍ଟରେ ସରକାରୀ ଛୁଟି

ଭୁବନେଶ୍ୱର : ନୂଆଖାଇ ପର୍ବ ଉପଲକ୍ଷେ ଓଡ଼ିଶା ସରକାର ୨୯ ଅଗଷ୍ଟ 2025 (ଶୁକ୍ରବାର) କୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହା ସମ୍ପର୍କରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ସର୍କୁଲାର ଜାରି ହୋଇଛି।

ସରକାରୀ ସୂଚନା ଅନୁଯାୟୀ, ଏହି ଛୁଟି ଓଡ଼ିଶାର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ କୋର୍ଟ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ଲାଗୁ ହେବ।

ତେବେ, ଏହି ଛୁଟି ପୂରଣ ପାଇଁ ୧୩ ସେପ୍ଟେମ୍ବର 2025 (ଦ୍ୱିତୀୟ ଶନିବାର) କୁ କାର୍ଯ୍ୟଦିବସ ଭାବରେ ଘୋଷଣା କରାଯାଇଛି। ଏହା ସହିତ ନୂଆଖାଇ ଛୁଟି ସମ୍ପର୍କରେ ଥିବା ସମସ୍ତ ଦ୍ୱନ୍ଦ୍ୱର ଅନ୍ତ ଘଟିଛି।

What's Your Reaction?

like

dislike

love

funny

angry

sad

wow