ଛତ୍ରପୁର ବାଇପାସରେ କଣ୍ଟେନରରେ ନିଆଁ, ୩୦ ଇ-ସ୍କୁଟି ଜଳିଗଲା
ସର୍ଟ ସର୍କିଟରୁ ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀ ୧ ଘଣ୍ଟାରେ ଆୟତ୍ତ କଲା

ଭୁବନେଶ୍ୱର : ଜାତୀୟ ରାଜପଥ ବାଇପାସରେ ଉଜଳେଶ୍ୱରୀ ମନ୍ଦିର ନିକଟରେ ଏକ ସ୍କୁଟି ବୋଝା କଣ୍ଟେନରରେ ହଠାତ୍ ନିଆଁ ଲାଗି ୩୦ଟି ଇଲେକ୍ଟ୍ରିକ୍ ସ୍କୁଟି ପୂରାପୂରି ଜଳିଗଲା। କଣ୍ଟେନରଟି ଦିଲ୍ଲୀ ପ୍ରତାପଗଡ଼ରୁ ଆନ୍ଧ୍ରପ୍ରଦେଶ ସମପେଣ୍ଠାକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା।
ଘଟଣା ସ୍ଥଳକୁ ଖବର ପାଇପରେ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ୧ ଘଣ୍ଟାରେ ନିଆଁକୁ ଆୟତ୍ତ କରିଥିଲେ, କିନ୍ତୁ ସେପର୍ଯ୍ୟନ୍ତ ସମସ୍ତ ସ୍କୁଟି ପାଉଁଶରେ ପରିଣତ ହୋଇଗଲା। ପ୍ରାରମ୍ଭିକ ତଥ୍ୟ ଅନୁସାରେ କଣ୍ଟେନର ଭିତରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
What's Your Reaction?






