କଲେରା ଆତଙ୍କ: ଯାଜପୁର ପହଞ୍ଚିଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ
୧୧ କଲେରା ପଜିଟିଭ, ଜିଲ୍ଲାପାଳଙ୍କ ମାର୍ଗଦର୍ଶନା – ସତର୍କ ରହିବାକୁ ଅନୁରୋଧ

ଭୁବନେଶ୍ୱର : ଜିଲ୍ଲାରେ ବଢ଼ୁଥିବା ଝାଡାବାନ୍ତି ଓ କଲେରା ଆକ୍ରମଣ ପରେ ଯାଜପୁରରେ ପହଞ୍ଚିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଦି ବୃନ୍ଦା। ସେ ଏକ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହିତ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ପାନୀୟ ଜଳ ବ୍ୟବସ୍ଥା, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସଚେତନତା କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।
କଲେରା ଆକ୍ରାନ୍ତ ହେବା ସମ୍ବନ୍ଧରେ ୨୧ ମଳ ନମୁନା ପରୀକ୍ଷା ହେଉଥିବା ବେଳେ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ଜିଲ୍ଲାରେ ୭୦୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଓ ତାଙ୍କ ମଧ୍ୟରୁ ୧୭୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ଥିବା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।
ଏହି ପରିସ୍ଥିତିରେ ଜିଲ୍ଲାପାଳ ଅସ୍ବାସ୍ଥ୍ୟକର ଖାଦ୍ୟ ବନ୍ଦ ଓ ଫିଲଟର୍ ପାଣି ପିଇବା ଓ ଭୋଜି ଭାତ ନ ଖାଇବା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।
What's Your Reaction?






