ସାର୍ବଜନୀନ ସ୍ଥାନରେ ମା' ମାନଙ୍କ ପାଇଁ ସ୍ଥାପିତ ହେବ ବ୍ରେଷ୍ଟଫିଡ଼ିଂ ରୁମ୍
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଘୋଷଣା – ମଲ୍, ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ୨-୩ ମାସ ମଧ୍ୟରେ ହେବ ସ୍ତନ୍ୟପାନ କୋଠରୀ

ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁବାର ଘୋଷଣା କରିଛନ୍ତି ଯେ ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ରାଜ୍ୟର ମୁଖ୍ୟ ସାର୍ବଜନୀନ ସ୍ଥାନଗୁଡିକୁ ଲକ୍ଷ୍ୟ କରି ଡେଡିକେଟେଡ୍ ବ୍ରେଷ୍ଟଫିଡ଼ିଂ ରୁମ୍ ସ୍ଥାପନ କରାଯିବ।
ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାତ୍ରା କାଳୀନ ସମୟରେ ମା' ମାନଙ୍କୁ ସୁବିଧାଜନକ ଭାବରେ ନିଜ ଶିଶୁଙ୍କୁ ସ୍ତନ୍ୟପାନ କରାଇବାର ବ୍ୟବସ୍ଥା ପ୍ରଦାନ କରିବା।
“ମଲ୍, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଭଳି ଜନବହୁଳ ସ୍ଥାନଗୁଡିକରେ ମା' ମାନେ ବିନା କୌଣସି ଅସୁବିଧା ବା ଲଜ୍ଜାରେ ସ୍ବାଭାବିକ ଭାବରେ ଶିଶୁଙ୍କୁ ସ୍ତନ୍ୟପାନ– ଏହା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ ” ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ପଦକ୍ଷେପ ମା' ମାନଙ୍କ ସ୍ୱାସ୍ଥ୍ୟ ସେବା ଓ ଗରିମାକୁ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
What's Your Reaction?






