ପାରିବାରିକ ବିବାଦରୁ ବିକ୍ରି ହୋଇଥିବା ୮ ବର୍ଷର ଶିଶୁ ଉଦ୍ଧାର
ଢେଙ୍କାନାଳ ଭୁବନରୁ ଉଦ୍ଧାର କଲା ଯାଜପୁର ପୋଲିସ, ମାଙ୍କ ବିରୁଦ୍ଧରେ ତଦନ୍ତ ଜାରି

ଭୁବନେଶ୍ୱର: ପାରିବାରିକ ବିବାଦ ରୁ ଅଲଗା ହେବା ପରେ ମା ଦ୍ୱାରା ୧୮ ହଜାର ଟଙ୍କାରେ ବିକ୍ରି ହୋଇଥିବା ୮ ବର୍ଷର ଶିଶୁପୁତ୍ରକୁ ଯାଜପୁର ପୋଲିସ ଉଦ୍ଧାର କରିଛି। ଉକ୍ତ ଘଟଣା ଯାଜପୁର ବ୍ଲକର ବଡସୁଆ ଅଞ୍ଚଳର ପ୍ରଶାନ୍ତ ପରିଡା ଓ ପୂଜାଙ୍କ ପରିବାର ସହ ସଂପୃକ୍ତ। ସ୍ତ୍ରୀ ପୂଜା ସ୍ବାମୀଠାରୁ ଅଲଗା ରହୁଥିବାବେଳେ ଶିଶୁକୁ ଏକ ଅଞ୍ଚଳବାସୀ ସନ୍ତୋଷ କୁମାର ନାୟକଙ୍କୁ ବିକ୍ରି କରିଦିଆଯାଇଥିବା ଅଭିଯୋଗ ମିଳିଥିଲା।
ଗଣମାଧ୍ୟମରେ ଏହି ବିଷୟ ଖୁଲାସା ହେବା ପରେ ପ୍ରଶାସନ ତଦନ୍ତ ଆରମ୍ଭ କରିଥିଲା। ପରେ ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରୁ ଶିଶୁକୁ ଉଦ୍ଧାର କରାଯାଇଛି। ଏହି ଶିଶୁକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଉତ୍କଳ ବାଳାଶ୍ରମକୁ ପଠାଯାଇଛି ଓ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଯାଇଛି।
ଅନ୍ୟପଟେ, ଯାଜପୁର ସଦର ଥାନା ପୋଲିସ ଅଭିଯୁକ୍ତ ପୂଜାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ପୋଲିସ ଏ ବିଷୟରେ ଅଧିକ ତଦନ୍ତ କରୁଛି ଓ ଅନ୍ୟ କାହା ନାମ ଜଡିତ ଅଛି କି ନାହିଁ, ସେଥିରେ ମଧ୍ୟ ତଦନ୍ତ ଚାଲିଛି।
What's Your Reaction?






