ପୁରୀରେ ଅଘଟଣ : ସ୍ନାନଯାତ୍ରା ସମୟରେ ହତ୍ୟା
ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କ ମୃତ୍ୟୁ : ଟଙ୍କା ଲେଣଦେଣ ନେଲା ଜୀବନ

ଭୁବନେଶ୍ୱର: ଟାଉନ୍ ଥାନା ଅଧୀନ ଗୁଡ଼ିଆସାହିରେ ମହାପ୍ରଭୁଙ୍କ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ ଆଜି ସ୍ନାନଯାତ୍ରାରେ ଏକାକୀ ଥିଲେ । ଏହି ସମୟରେ ପଡ଼ୋଶୀ ନାରାୟଣ ପାଟ୍ଟଯୋଶୀ ଆସି ଟଙ୍କା ନେଣଦେଣକୁ ନେଇ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ, ଯାହା ପରେ ନାରାୟଣ ପଟ୍ଟଯୋଶୀ ଆକ୍ରମଣ କରି ହତ୍ୟା କରିଥିଲେ ।
ହତ୍ୟାକାଣ୍ଡ ପରେ, ନାରାୟଣ ପଟ୍ଟଯୋଶୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଦୁଃଖଦ ଘଟଣା ସମ୍ଭବତଃ ପୁରୀ ଇତିହାସରେ ପ୍ରଥମ ଥର ଘଟିଛି, ଯେଉଁଥିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦିନରେ ରକ୍ତପାତ ଘଟିଛି।
ପରିବାର ଲୋକେ ଆସି ଦେଖିଲା ବେଳକୁ, ଜଗନ୍ନାଥ ଦୀକ୍ଷିତଙ୍କ ମୃତଦେହ ଘର ଅଗଣାରେ ପଡ଼ିଥିଲା। ସେମାନେ ପୁଲିସକୁ ସୂଚନା ଦେଇଥିଲେ, ଯାହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ମୃତଦେହକୁ ପଠାଇଛି, ଏବଂ ଏକ ମାମଲା ରୁଜୁ କରି ଅଭିଯୁକ୍ତର ଭାଇକୁ ଅଟକ ରଖି ପଚରାଉଚୁରା ଜାରି କରାଯାଇଛି ।
What's Your Reaction?






