ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ: ଆଇନ ଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପଦକ୍ଷେପ

ଗତକାଲି ଜଣେ ଯୁବକଙ୍କର ମୃତ୍ୟୁ ପରେ ଉତ୍ତେଜନା ହେବାର ଆଶଙ୍କା

Jun 12, 2025 - 11:49
 0  0
ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ: ଆଇନ ଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପଦକ୍ଷେପ

ଭୁବନେଶ୍ୱର : ଭଦ୍ରକ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ୫ଟି ସ୍ଥାନରେ ଇଣ୍ଟରନେଟ୍‍ ସେବା ବନ୍ଦ କରାଯାଇଛି। ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ। 

ଭଦ୍ରକ ବ୍ଲକ, ପୌରାଞ୍ଚଳ, ତିହିଡି ବ୍ଲକ, ଧାମନଗର ବ୍ଲକ ଓ ଏନଏସି ଅଞ୍ଚଳରେ ଏହି ପଦକ୍ଷେପ ନିଆଯାଇଛି। ଗତ କିଛି ଦିନ ତଳେ ଗୋଷ୍ଠୀ ସଂଘର୍ଷରୁ ଜଣେ ଯୁବକ ଆହତ ହୋଇଥିଲେ, ଯାହା ପରେ ଗତକାଲି ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା। 

ଏହି ଘଟଣା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସହିତ, ପୁଲିସ ଫୋର୍ସ ମୃତୟନ ହୋଇଛନ୍ତି, ଯାହା ଅବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ତତ୍ପର ଅଛନ୍ତି।

What's Your Reaction?

like

dislike

love

funny

angry

sad

wow