ଜଗନ୍ନାଥଙ୍କ ଚିତ୍ର ଆଙ୍କି ୨ ଜଣ ଗିରଫ

ଭିଡିଓ ୱାଇରାଲ୍ ପରେ ବନ ବିଭାଗ ଗହନ ତଦନ୍ତ ଆରମ୍ଭ କରି, ବନ୍ୟଜନ୍ତୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

Jul 8, 2025 - 21:23
 0  0
ଜଗନ୍ନାଥଙ୍କ ଚିତ୍ର ଆଙ୍କି ୨ ଜଣ ଗିରଫ

ଭୁବନେଶ୍ୱର : ଭିୟୁଜ ନିଶାରେ ଅନ୍ଧ ଯୁବକମାନେ ଏବେ ମହାପ୍ରଭୁଙ୍କୁ ବି ଛାଡ଼ୁନାହାନ୍ତି। ଜଣେ ଯୁବକ ଫେସବୁକ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ଯେ ସେ କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ପୋଖରୀରେ ଛାଡ଼ିଛନ୍ତି। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ପରେ, ଶିଘ୍ର ଏକ୍ସନରେ ଆସିଥିଲା ବନ ବିଭାଗ।

ଭୁବନେଶ୍ୱର ସ୍ନେକ୍ ହେଲ୍ପଲାଇନର ଶୁଭେନ୍ଦୁ ମଲ୍ଲିକ ଏହି ଘଟଣାକୁ ଗମ୍ଭୀର ଭାବେ ନେଇ ଅଭିଯୋଗ ଦାଖଲ କରିଥିଲେ। ବରଗଡ଼ ବିଜେପୁରର ୨ ଯୁବକ ଗିରଫ ହୋଇ ଆଜି କୋର୍ଟ ଚାଲାଣ ହୋଇଛନ୍ତି।

ଏହି କଇଁଛ *ଇଣ୍ଡିଆନ୍ ଫ୍ଲାପ୍ ସେଲ୍* ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଗଭୀର ସଂରକ୍ଷଣ ତାଲିକାରେ ଅଛି, ଯାହା ଉପରେ କ୍ରୁରତା ଦେଖାଇବାକୁ ୭ ବର୍ଷ ଯାଏଁ ଜେଲ ଓ ଜରିମାନା ହୋଇପାରେ।

What's Your Reaction?

like

dislike

love

funny

angry

sad

wow