ଏଫଏମ କଲେଜ ଛାତ୍ରୀଙ୍କ ଅବସ୍ଥା ଗୁରୁତର, ଏମ୍ସ ଭୁବନେଶ୍ବରରେ ଚିକିତ୍ସାଧୀନ

ଶରୀରର ୯୦% ଆଘାତ; ଆଗାମୀ ୨୪ ଘଣ୍ଟା ଉଦ୍ଧାର ପାଇଁ ନିର୍ଣ୍ଣାୟକ, ୧୦ ଜଣିଆ ଡାକ୍ତରୀ ଟିମ ଚିକିତ୍ସାରେ ନିୟୋଜିତ

Jul 14, 2025 - 12:44
 0  0
ଏଫଏମ କଲେଜ ଛାତ୍ରୀଙ୍କ ଅବସ୍ଥା ଗୁରୁତର, ଏମ୍ସ ଭୁବନେଶ୍ବରରେ ଚିକିତ୍ସାଧୀନ

ଭୁବନେଶ୍ୱର : ବାଲେଶ୍ବର ଏଫଏମ କଲେଜର ଇଣ୍ଟିଗ୍ରେଟେଡ ବିଏଡ୍‌ ଛାତ୍ରୀ ସୌମ୍ୟଶ୍ରୀଙ୍କ ଅବସ୍ଥା ଏବେବି ଗୁରୁତର ରହିଛି । ୯୦% ଶରୀର ଜଳିଯିବା ପରେ ସେ ଏମ୍ସ ଭୁବନେଶ୍ବରରେ ଚିକିତ୍ସାଧୀନ ଅଛନ୍ତି । ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ନିରନ୍ତର ଚେଷ୍ଟା ଚଳାଇଛନ୍ତି ।

ଏମ୍ସ ପକ୍ଷରୁ ସୂଚନା ମିଳିଛି ଯେ ତାଙ୍କ ଡାଇଲିସିସ ଆରମ୍ଭ ହୋଇଛି ଏବଂ କିଡନି ଓ ଫୁସଫୁସ ଗଭୀର ଭାବେ ପ୍ରଭାବିତ ହୋଇଛି । ଦିଲ୍ଲୀ ଏମ୍ସ ସହ ଯୋଗାଯୋଗ ରଖି ଚିକିତ୍ସା ଜାରି ରହିଛି  । ଆବଶ୍ୟକ ହେଲେ ଏୟାର ଲିଫ୍ଟ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

ଘଟଣା ସମ୍ବନ୍ଧରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏମ୍ସକୁ ଯାଇ ପରିସ୍ଥିତି ବିଷୟରେ ବୁଝିଛନ୍ତି  ।

What's Your Reaction?

like

dislike

love

funny

angry

sad

wow