ହାତଗୋଡ଼ ବାନ୍ଧି ସାମ୍ବାଦିଙ୍କୁ ଆକ୍ରମଣ ଘଟଣାରେ: ୪ ଅଭିଯୁକ୍ତ ଗିରଫ, ଠିକାଦାର ଫେରାର
ଖବର ପ୍ରସାରଣ ପରେ ଗୁଣ୍ଡା ମାଡ଼; ସାମ୍ବାଦିକଙ୍କୁ ମନ୍ଦିରେ ଶପଥ କରିବାକୁ ବାଧ୍ୟ କଲେ

ଭୁବନେଶ୍ୱର : ବଲାଙ୍ଗିର ଜିଲ୍ଲାର ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଏକ ନିନ୍ଦନୀୟ ଘଟଣା ଘଟିଛି। ରାସ୍ତା ଗାଡୱାଲ କାମରେ ଦୁର୍ନୀତି ବିଷୟରେ ଖବର ପ୍ରସାରଣ କରୁଥିବା ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଠିକାଦାର ଦ୍ୱାରା ନିଯୁକ୍ତ ଗୁଣ୍ଡାମାନେ ଅତିକ୍ରୂର ଭାବେ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଗାଁ ମଝିରେ ନେଇ ଲୋକମାନଙ୍କ ସାମ୍ନାରେ ନିର୍ଯାତନା ଦେଇଥିଲେ।
ଏହି ଘଟଣା ସମ୍ବନ୍ଧରେ ଜଣେ ନାବାଳକ ସମେତ ୪ ଜଣଙ୍କୁ ବଲାଙ୍ଗିର ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ଅବିନାଶ ଦଳାଇ, ଆଦିତ୍ୟ ଜେନା, ଗୁମର ନାୟକ ଓ ଜଣେ ନାବାଳକ। ମଧ୍ୟରେ ଠିକାଦାର ଗଜେନ୍ଦ୍ର ଦଳାଇ ଏବେବି ପଳାତକ ଅଛି।
ଘଟଣା ପରେ ସାମ୍ବାଦିକମାନେ ବଲାଙ୍ଗିର ଏସ୍ପି ଅଫିସକୁ ଯାଇ ଦାବିପତ୍ର ଦେଇଛନ୍ତି ଓ ଅଭିଯୁକ୍ତମାନେ ବିରୁଦ୍ଧରେ କଠୋର ଅଭିଯୋଗ ଲଗାଇଛନ୍ତି। ସେହି ଗୁଣ୍ଡାମାନେ ଖବରଦାତାଙ୍କୁ ଖବର ନ ଦେବା ପାଇଁ ସ୍ଥାନୀୟ ମନ୍ଦିରରେ ଶପଥ କରିବାକୁ ବାଧ୍ୟ କରିବା ସହ ତାଙ୍କର ପରିବାରକୁ ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି।
ଏସ୍ପିଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଛି ଓ ଆଡିଶନାଲ ଏସ୍ପି ଆଲୋକ ଜେନା ଜଣାଇଛନ୍ତି ଯେ ମାମଲାରେ ନିୟମିତ ଭାବେ କାର୍ଯ୍ୟାନୁଷ୍ଠାନ ଚାଲିଛି।
What's Your Reaction?






