ଜଗତସିଂହପୁରରେ ନାବାଳିକା ଗର୍ଭବତୀ — ଦୁଇ ଭାଇଙ୍କ ଉପରେ ମାମଲା
କୁଜଙ୍ଗ ଥାନା ଅନ୍ତର୍ଗତ ଘଟଣା ଲୋକଲୋଚନରେ, ପୋକ୍ସୋ ଆଇନରେ ମାମଲା ରୁଜୁ

ଭୁବନେଶ୍ୱର : ଜିଲ୍ଲାର କୁଜଙ୍ଗ ଥାନା ଅଧୀନ କାଠକୋଟ ପଞ୍ଚାୟତରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ଗୁରୁବାର ଲୋକ ଆଗରେ ଆସିଛି, ଯାହା ସମାଜକୁ ଅସ୍ଥିର କରିଦେଇଛି। ଏଠାରେ ଜଣେ ନାବାଳିକା ୭ମାସର ଗର୍ଭବତୀ ହୋଇଥିବା ବେଳେ ତାଙ୍କ ପିତା କୁଜଙ୍ଗ ଥାନାରେ ଏକ ଏତଲା ଦେଇଛନ୍ତି। ଏତଲାରେ ତିନିଜଣଙ୍କ ଉପରେ ଗୁରୁତର ଅଭିଯୋଗ ଲାଗିଛି।
ନାବାଳିକାର ପିତାଙ୍କ ଅଭିଯୋଗ ଅନୁସାରେ, ସ୍ୱର୍ଗତ ନିଶାକର ଦାସଙ୍କ ଦୁଇ ପୁଅ — ଭାଗ୍ୟଧର (୬୦ ବର୍ଷ) ଓ ପଞ୍ଚାନନ (୫୮ ବର୍ଷ) ଏଥିରେ ଅପରାଧରେ ସମ୍ପୃକ୍ତ। ତେବେ ଏହି ଘଟଣା ଦେଖି ଅଞ୍ଚଳବାସୀ ମଧ୍ୟ ଆଶ୍ଚର୍ୟରେ ପଡ଼ିଛନ୍ତି। ଅଭିଯୋଗ ଅନୁଯାୟୀ, ଘଟଣା ବିଷୟରେ ଏକ ପୂର୍ବତନ ପଞ୍ଚାୟତ ପ୍ରତିନିଧିଙ୍କୁ ଜଣାଇବା ସତ୍ୱେ, ସେ ବିଷୟକୁ ଠିକ୍ ଭାବରେ ନେଇନଥିଲେ ଓ ବିପରୀତରେ ଧମକ ଦେଇଥିବା ମଧ୍ୟ ଏତଲାରେ ଉଲ୍ଲେଖ ହୋଇଛି।
ଏହି ମାମଲାରେ କୁଜଙ୍ଗ ପୁଲିସ ପ୍ରମାଣ ଓ ଅଭିଯୋଗ ଆଧାରରେ ପୋକ୍ସୋ ଆଇନ ଅନୁଯାୟୀ ତିନି ଜଣଙ୍କ ଉପରେ ମାମଲା ରୁଜୁ କରିଛି। ଦୁଇ ଭାଇ — ଭାଗ୍ୟଧର ଓ ପଞ୍ଚାନନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ସହ ନାବାଳିକାଙ୍କୁ ମଧ୍ୟ ଡାକ୍ତରୀ ମୁଆଇନା ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।
ଏହି ଘଟଣା ପ୍ରକାଶ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଉଦ୍ବେଗର ପରିବେଶ ଶୃଷ୍ଟି ହୋଇଛି। ସମାଜରେ ନାବାଳିକାଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ପୁଲିସ ଦ୍ୱାରା ଆଗକୁ ତଦନ୍ତ ଜାରି ରହିଛି ବୋଲି ସୂତ୍ର ପ୍ରମାଣ କରିଛି।
What's Your Reaction?






