ଶ୍ରୀମନ୍ଦିର ଭିତରେ ଚଷମା କ୍ୟାମେରା! ଧରାପଡିଲେ ଯୁବକ

ଚଷମା ମାଧ୍ୟମରେ ଫୋଟୋ-ଭିଡିଓ ଧରୁଥିଲେ, ସିଧା ମୋବାଇଲକୁ ହେଉଥିଲା ଟ୍ରାନ୍ସଫର

Jul 29, 2025 - 20:48
 0  1
ଶ୍ରୀମନ୍ଦିର ଭିତରେ ଚଷମା କ୍ୟାମେରା! ଧରାପଡିଲେ ଯୁବକ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ଭିତରେ ଗୁପ୍ତ କ୍ୟାମେରା ମାଧ୍ୟମରେ ଭିଡିଓ ଧରିବା ଚେଷ୍ଟା କରୁଥିବା ଜଣେ ଯୁବକ ଧରାପଡ଼ିଛନ୍ତି। ସେ ନିଜ ଚଷମାରେ ଲାଗାଇଥିବା ହିଡେନ୍ ଲେନ୍ସ ମାଧ୍ୟମରେ ଭିତର ଭିଜୁଆଲ ରେକର୍ଡ କରି ତାହାକୁ ସିଧା ମୋବାଇଲକୁ ପଠାଉଥିଲେ। ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବା ପରେ ତାଙ୍କୁ ପୋଲିସ ଧରି ଶ୍ରୀଜଗନ୍ନାଥ ମନ୍ଦିର ସଶସ୍ତ୍ର ସୁରକ୍ଷା ବାହିନୀଙ୍କ ହସ୍ତାନ୍ତର କରିଛି।

ରତ୍ନଭଣ୍ଡାର ଫଟୋ ପୋଷ୍ଟ କରି ବୁଦ୍ଧିଜୀବୀଙ୍କ ଆକ୍ରୋଶ, ପରେ ଡିଲିଟ୍ କଲା

ଏହି ଘଟଣା ସହିତ ସମୟସଂଯୋଗ ରଖି ଏଏସ୍‌ଆଇ (ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ) ମଧ୍ୟ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। “ନୂତନ ଜୀବନ” ମିଳିଥିବା ବୋଲି ଲେଖାଯାଇଥିବା ସେହି ପୋଷ୍ଟ ବୁଦ୍ଧିଜୀବୀମାନେ ବିପରୀତ ପ୍ରତିକ୍ରିୟା ଦେବା ପରେ ବିଳମ୍ବିତ ରାତିରେ ଡିଲିଟ୍ କରାଯାଇଛି। ମନ୍ଦିର ଭିତରେ ଫୋଟୋ-ଭିଡିଓ ଧରିବା ନିଷିଦ୍ଧ ଥିବା ସତ୍ତ୍ୱେ ଏଏସ୍‌ଆଇ ପକ୍ଷରୁ ଏପରି କାର୍ଯ୍ୟ କାରଣୀୟ ନୁହେଁ ବୋଲି ଅନେକଙ୍କ ଅଭିମତ।

What's Your Reaction?

like

dislike

love

funny

angry

sad

wow