ଗର୍ଭବତୀଙ୍କୁ ବୋହି ଭରା ନାଳ ପାର — ରାୟଗଡ଼ା ଜିଲ୍ଲାରେ ଜନନୀ ଯନ୍ତ୍ରଣା ପୁଣି ହେଲା ଦେଖା

ପେଣ୍ଡିଲି ଗ୍ରାମରେ ରାସ୍ତା ଅଭାବରେ ଅପରିହାର୍ଯ୍ୟ ହେଲା ନାଳ ବୋହା — ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ବିକାଶ ଉପରେ ପ୍ରଶ୍

Jul 25, 2025 - 12:27
 0  0
ଗର୍ଭବତୀଙ୍କୁ ବୋହି ଭରା ନାଳ ପାର — ରାୟଗଡ଼ା ଜିଲ୍ଲାରେ ଜନନୀ ଯନ୍ତ୍ରଣା ପୁଣି ହେଲା ଦେଖା

ଭୁବନେଶ୍ୱର : ରାଜ୍ୟରେ ନିତିନିୟମ, ଯୋଜନା ଓ ମାତୃସ୍ୱାସ୍ଥ୍ୟ ପ୍ରତି ରାଜ୍ୟ ସରକାର ଘୋଷଣା କରୁଥିବା ବେଳେ ରାୟଗଡ଼ା ଜିଲ୍ଲାରେ ପୁଣି ଜନନୀଙ୍କ ଯନ୍ତ୍ରଣା ଦେଖିବାକୁ ମିଳିଛି। ଗୁଡାରି ବ୍ଲକ ଅନ୍ତର୍ଗତ ପେଣ୍ଡିଲି ଗ୍ରାମପଞ୍ଚାୟତର ପଞ୍ଚୁପାଣ୍ଡବ ଗ୍ରାମର ଗର୍ଭବତୀ ଯଶୋମନ୍ତୀ ଶବରଙ୍କ ପ୍ରସବ ୟନ୍ତ୍ରଣା ଆରମ୍ଭ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ନିଅନ୍ତିବାକୁ ଚେଷ୍ଟା କରାଯାଇଥିଲା।

ସେଥିପାଇଁ ଗ୍ରାମବାସୀ, ଅଙ୍ଗନବାଡି କର୍ମୀ ଓ ପରିବାର ବ୍ୟକ୍ତିମାନେ ମିଶି ଯଶୋମନ୍ତୀଙ୍କୁ ଗୁଡାରି ମେଡିକାଲ ନେବା ପାଇଁ ଉଦ୍ୟମ କଲେ। କିନ୍ତୁ ଗ୍ରାମରୁ ମୁଖ୍ୟ ରାସ୍ତାକୁ ଯିବା ଏକମାତ୍ର ଅବଲମ୍ବନ — ଏକ ଖୋଲା କୋରା ନାଳ, ଯାହା ବର୍ଷା ଜଳରେ ଭରିଥିଲା। ଏପରି ପରିସ୍ଥିତିରେ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଗର୍ଭ ଯନ୍ତ୍ରଣାରେ ଛଟପଟାଉଥିବା ଯଶୋମନ୍ତୀଙ୍କୁ ଗ୍ରାମବାସୀଙ୍କ ସହଯୋଗରେ ନାଳ ମାଧ୍ୟମରେ ବୋହି ଅଣାଯାଇଥିଲା।

ଏକ ଅଟୋ ଯୋଗେ ତାଙ୍କୁ ଗୁଡାରି ମେଡିକାଲ ନେବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଉର୍ଲକଣା ଛକ ନିକଟକୁ ପହଞ୍ଚିବା ପରେ ଯଶୋମନ୍ତୀଙ୍କ ପେଟ ଯନ୍ତ୍ରଣା କମିଗଲା ଓ ସେଠାରେ କିଛି ସମୟ ରହିବା ପରେ ପୁନଃ ଘରକୁ ଫେରିଯାଇଥିଲେ।

ଏହି ଘଟଣା ପୁଣିଥରେ ରାସ୍ତା ବିହୀନ ଗ୍ରାମ ଓ ବର୍ଷା ଋତୁରେ ଗ୍ରାମବାସୀଙ୍କ ଦୁଃଖର ଛବିକୁ ସାମ୍ନାକୁ ଆଣିଛି। ପଞ୍ଚୁପାଣ୍ଡବ ଗ୍ରାମକୁ ଯିବା ପାଇଁ କୌଣସି ସ୍ଥାୟୀ ରାସ୍ତା ନଥିବା କାରଣରୁ ବର୍ଷା ହେଲେ ଗ୍ରାମ ପୂରାପୁରି ବାହାର ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଏହା ନକେବଳ ଗର୍ଭବତୀ ମହିଳାଙ୍କ ପାଇଁ, ବରଂ ସମସ୍ତ ଗ୍ରାମବାସୀଙ୍କ ପାଇଁ ଜୀବନ ବିପଜ୍ଜନକ ହୋଇପଡ଼ୁଛି।

ସରକାରଙ୍କ ଗଞ୍ଜାମ, ନୟାଗଡ଼ ଭଳି ଅଞ୍ଚଳରେ ଗର୍ଭବତୀ ମାନଙ୍କ ପାଇଁ ରୋଡ଼ ଓ ଆମ୍ବୁଲାନ୍ସ ସେବା ପ୍ରଚାର କରାଯାଉଥିବା ବେଳେ ଏପରି ଗ୍ରାମରେ ଏଉଁ ଦୃଶ୍ୟ ଦେଖିବା ଅତ୍ୟନ୍ତ ଦୁଃଖଦ। ଏହା ଉପରେ ପ୍ରଶାସନ ଓ ସରକାର ଗଭୀର ଧ୍ୟାନ ଦେଇ ତ୍ୱରିତ ବିକାଶମୂଳକ ପଦକ୍ଷେପ ନେବା ଆବଶ୍ୟକ।

What's Your Reaction?

like

dislike

love

funny

angry

sad

wow