କୋଲକାତା ମଡେଲରେ ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ୍‌ ମେଟ୍ରୋ ଟ୍ରେନ୍

ସହରର ଦିନକୁ ଦିନ ବଢୁଥିବା ଭିଡ଼ ଓ ଯାତାୟାତ ଜଟିଳତା ହଟାଇବାକୁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ

May 26, 2025 - 14:24
 0  0
କୋଲକାତା ମଡେଲରେ ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ୍‌ ମେଟ୍ରୋ ଟ୍ରେନ୍

ଭୁବନେଶ୍ୱର: ରାଜ୍ୟ ସରକାର ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ୍‌ ମେଟ୍ରୋ ଟ୍ରେନ୍‌ ଚଳାଚଳ କରିବାକୁ ଯୋଜନା କରିଛନ୍ତି। ପୂର୍ବରୁ ଏହି ପ୍ରକଳ୍ପ ବ୍ରିଜ୍‌ ଉପରେ ମେଟ୍ରୋ ଚଳାଚଳ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା, କିନ୍ତୁ ବଢୁଥିବା ଯାତାୟାତକୁ ଦୃଷ୍ଟିରେ ରଖି ଏହାକୁ ମାଟି ତଳକୁ ନେଇଯିବା ନିଷ୍ପତ୍ତି ନିଆଯାଇଛି।

ଆବାସ ଓ ସହର ବିକାଶ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଭୁବନେଶ୍ୱରର ଜନସଂଖ୍ୟା ଓ ଗାଡ଼ି ହାର ଦ୍ରୁତ ଗତିରେ ବଢୁଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅଣ୍ଡରଗ୍ରାଉଣ୍ଡ୍‌ ମେଟ୍ରୋ ପ୍ରକଳ୍ପ ଆଣାଯିବ।

୨୦୨୪ ଜାନୁଆରୀ ୧ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ରିଶୂଳିଆ ନିକଟରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହା ଏୟାରପୋର୍ଟରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କି.ମି. ଲମ୍ବା ହେବ। ଏହି ପର୍ଯ୍ୟାୟରେ ରାଜମହଲ, ଜୟଦେବ ବିହାର, କ୍ୟାପିଟାଲ ହସ୍ପିଟାଲ, ପଟିଆ ଇତ୍ୟାଦି ୨୨ଟି ଷ୍ଟେସନ୍ ଥିବ।

ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କଟକ ଓ ପୁରୀ ପର୍ଯ୍ୟନ୍ତ ବଢାଯିବା ଯୋଜନା ରହିଛି। ପ୍ରଥମ ପର୍ଯ୍ୟାୟ ୨୦୨୭ ମଧ୍ୟରେ ସମାପ୍ତ କରିବା ଲକ୍ଷ୍ୟ ରହିଛି।

What's Your Reaction?

like

dislike

love

funny

angry

sad

wow