ଶ୍ରାବଣ ଷଷ୍ଠୀରେ ହେବ ବନକଲାଗି ନୀତି

ଶ୍ରୀମନ୍ଦିର ରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ

Jul 29, 2025 - 16:29
 0  0
ଶ୍ରାବଣ ଷଷ୍ଠୀରେ ହେବ ବନକଲାଗି ନୀତି

ଭୁବନେଶ୍ୱର : ଆସନ୍ତାକଲି ଶ୍ରାବଣ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ପରେ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ଅବଧିରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ପରମ୍ପରା ଅନୁଯାୟୀ ଭୋଗ ଶେଷ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ ଏବଂ ଦତ୍ତ ମହାପାତ୍ର ସେବକମାନେ ଭିତରେ ପ୍ରବେଶ କରି ବିଗ୍ରହଙ୍କୁ ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ସିଂହାର କରିବେ। ଏହି ପରେ ମହାପ୍ରଭୁଙ୍କୁ ମହାସ୍ନାନ, ବେଶ, ଧୂପ, ଆଳତି, ଚନ୍ଦନ ଓ ବଡ଼ସିଂହାର ବେଶ ଦେଇ ଭୋଗ ଓ ପହୁଡ଼ ନୀତି କରାଯିବ।

ଯଦିଓ ଏହି ସମୟରେ ମୁଖ୍ୟ ବିଗ୍ରହଙ୍କ ଦର୍ଶନ ବନ୍ଦ ରହିବ, ଭକ୍ତମାନେ ଶ୍ରୀମନ୍ଦିର ଭିତରେ ଅନ୍ୟ ଦେବଦେବୀଙ୍କ ଦର୍ଶନ କରିପାରିବେ।

What's Your Reaction?

like

dislike

love

funny

angry

sad

wow