ପ୍ରବଳ ବର୍ଷାରେ ବେହାଲ ହବ ଓଡିଶା

ଦୁଇ ଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷା, ବିଜୁଳି ଘଡଘଡି ସହିତ ୟେଲୋ ଆଲର୍ଟ

May 23, 2025 - 11:38
 0  0
ପ୍ରବଳ ବର୍ଷାରେ ବେହାଲ ହବ ଓଡିଶା

ଭୁବନେଶ୍ୱର : ଓଡ଼ିଶାରେ ଆସନ୍ତା ୨୭ ଓ ୨୮ ତାରିଖରେ ଲଘୁଚାପର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି। ଏହି ବର୍ଷାର ପ୍ରଭାବ ବିଶେଷକରି ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ଅଧିକ ଦେଖାଯିବ।

ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବିଶେଷତଃ ଭାରୀ ବର୍ଷା ହେବା ସମ୍ଭାବନା ରହିଛି। ଏହି ବର୍ଷା ସହିତ ବିଜୁଳି ଘଡଘଡି, ତୀବ୍ର ପବନ ଅନୁଭବ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୬ ଦିନ ଓଡ଼ିଶାରେ କାଳବୈଶାଖୀ ଲାଗି ରହିପାରେ। ଆସନ୍ତା କିଛି ଘଣ୍ଟା ମଧ୍ୟରେ ୨୬ ଟି ଜିଲ୍ଲାରେ ବିଜୁଳି ସହିତ ବର୍ଷା ହେବାର ସତର୍କ ସୂଚନା ମିଳିଛି ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗ ଅନୁମାନ କରୁଛି ଯେ, ଏହି ବର୍ଷା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ କେରଳ ଉପକୂଳ ଅଭିମୁଖେ ଆଗାଉଥିବାରେ ସାହାଯ୍ୟ କରିବ। ଏହା ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ପାଇଁ ପ୍ରସ୍ତୁତି ଭାବେ ଦେଖାଯାଉଛି।

What's Your Reaction?

like

dislike

love

funny

angry

sad

wow