୧୧୫୦୦୦ କୋଟି ଟଙ୍କାର ୨୪ଟି ଶିଳ୍ପ ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
୩୬,୦୦୦ ନିଯୁକ୍ତି ସୁଯୋଗ, ନୂଆ ଓଡ଼ିଶା ନିର୍ମାଣର ଦୃଢ଼ ପଦକ୍ଷେପ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ୧୧,୫୦୦୦ କୋଟି ଟଙ୍କାର ମୂଲ୍ୟର ୨୪ଟି ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ୩୬,୦୦୦ ରୋଜଗାର ସୃଷ୍ଟି କରିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହା କେବଳ ଏକ ଉଦ୍ଘାଟନ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଏକ ନୂଆ ଓ ସମୃଦ୍ଧ ଓଡ଼ିଶା ଗଢ଼ିବାର ଶୁଭ ଆରମ୍ଭ।" ସେ କହିଛନ୍ତି, ପ୍ରତ୍ୟେକ ନିଯୁକ୍ତି ଏକ ଯୁବକଙ୍କ ଜୀବନକୁ ନୂଆ ଦିଗାରେ ଆଗେଇ ନେଇଯାଏ।
୨୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ୪ଟିର ଉଦ୍ଘାଟନ ସହିତ, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସମସ୍ତ ପ୍ରକଳ୍ପ 'ମେକ୍ ଇନ୍ ଓଡ଼ିଶା' କନକ୍ଲେଭରେ ସ୍ୱାକ୍ଷରିତ ହୋଇଥିଲେ। ତାଙ୍କ ଅନୁସାରେ, ମାତ୍ର ୧୧୩ ଦିନରେ ଏହି ପ୍ରତିଶ୍ରୁତି ପୂରଣ କରାଯାଇଛି।
ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, ଯୁବଶକ୍ତି ହେଉଛି ରାଜ୍ୟ ଆର୍ଥିକ ବିକାଶର ମେରୁଦଣ୍ଡ। ଶିଳ୍ପ ବିକାଶ ଓ ନିବେଶର ମାଧ୍ୟମରେ ଓଡ଼ିଶା ଏବେ ସମ୍ଭାବନା ନୁହେଁ, ସୁଯୋଗର ଭୂମିରୂପେ ପରିଚିତ ହେଉଛି।
ଏହି ପ୍ରସଙ୍ଗରେ ଅନେକ ମନ୍ତ୍ରୀ, ବିଧାୟକ ଓ ଶିଳ୍ପପତି ମାନେ ଉପସ୍ଥିତ ଥିଲେ।
What's Your Reaction?






