ଶୋଚନୀୟ ରାସ୍ତା ଯୋଗୁଁ ଅଟକିଲା ଆମ୍ବୁଲାନ୍

ଗର୍ଭବତୀକୁ ୧୦ କିମି ଭାରରେ ବୋହିଲେ ଗ୍ରାମବାସୀ

Jul 8, 2025 - 10:52
 0  0
ଶୋଚନୀୟ ରାସ୍ତା ଯୋଗୁଁ ଅଟକିଲା ଆମ୍ବୁଲାନ୍

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟି ଗାଁର ସୁନାଇ ଭୋଜ ଜନନୀ ଯନ୍ତ୍ରଣାରେ ଥିବାବେଳେ ଆମ୍ବୁଲାନ୍ସ ତୁସାଇପଡ଼ା ନିକଟରେ ଅଟକିଯାଇଥିଲା, କାରଣ ଅପୂର୍ଣ୍ଣ ଓ ଦୟନୀୟ ରାସ୍ତାବସ୍ଥା। ଏହା ପରେ ଗ୍ରାମବାସୀମାନେ ଗର୍ଭବତୀଙ୍କୁ ୧୦ କିମି ଦୂର ଭାରରେ ବୋହି ବୋହି ଆଣି ଆମ୍ବୁଲାନ୍ସରେ ବସାଇ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଗଲେ। ସେଠାରେ ସୁନାଇ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ଡା. ସମ୍ବିତ ଦାସ ସୂଚନା ଦେଇଛନ୍ତି ଯେ, ମାଁ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ଏହି ଘଟଣା ଗ୍ରାମୀଣ ଓଡ଼ିଶାର ଦୟନୀୟ ଟ୍ରାଞ୍ସପୋର୍ଟ ବ୍ୟବସ୍ଥାକୁ ଉଜାଗର କରିଛି।

What's Your Reaction?

like

dislike

love

funny

angry

sad

wow