ମୁଖ୍ୟମନ୍ତ୍ରୀଙ୍କ ଆଭାସି ଉପସ୍ଥିତିରେ ବ୍ରହ୍ମପୁରରେ ଦୁଇଟି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର

ଦିଶା-୩ ରାସ୍ତା ପ୍ରକଳ୍ପ ଓ ଅଟୋମେଟେଡ୍ ଟେଷ୍ଟିଂ ସେଂଟର ନିମିତ୍ତେ ବିଶେଷ କାର୍ଯ୍ୟକ୍ରମ

Jun 4, 2025 - 21:04
 0  1
ମୁଖ୍ୟମନ୍ତ୍ରୀଙ୍କ ଆଭାସି ଉପସ୍ଥିତିରେ ବ୍ରହ୍ମପୁରରେ ଦୁଇଟି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରରୁ ଆଭାସି ମାଧ୍ୟମରେ ବ୍ରହ୍ମପୁରର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ – ଦିଶା-୩ ରାସ୍ତା ପ୍ରକଳ୍ପ ଓ ଅଟୋମେଟେଡ୍ ଟେଷ୍ଟିଂ ସେଂଟରର – ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି।

ଦିଶା-୩ ପ୍ରକଳ୍ପ ଅନ୍ତର୍ଗତ ବ୍ରହ୍ମପୁର-ତପ୍ତପାଣି (୫୨ କିମି) ଓ ବ୍ରହ୍ମପୁର-ଭଞ୍ଜନଗର (୮୦ କିମି) ରାସ୍ତାରେ ଆଇଇଏମଏସ ବ୍ୟବସ୍ଥା ରହିବାକୁ ଥିବା କାର୍ଯ୍ୟକ୍ରମ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ, ଫାଷ୍ଟଗେଟ୍ ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଗୋପାଳପୁର ବିଧାୟକଙ୍କ ପ୍ରତିନିଧି ଶିବ ଶଙ୍କର ନାୟକ, ଆଂଚଳିକ ପରିବହନ ଅଧିକାରୀ ମାନସ ସାହୁ, ଟ୍ରକ୍ ମାଲିକ ସଂଘର ରଞ୍ଜିତ ପଣ୍ଡା ଓ ନିରଞ୍ଜନ ଜେନା ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି ସହିତ, ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନ୍ୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଗିରିସୋଲା ଠାରେ ନିର୍ମିତ ହେବାକୁ ଥିବା ଅଟୋମେଟେଡ୍ ଟେଷ୍ଟିଂ ସେଂଟରର ଭିତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟର ସଢ଼ା ଅବକାଠା ଓ ଯାତାୟାତ ବ୍ୟବସ୍ଥାକୁ ଅଧୁନିକ ବନାଇବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେଉଛି ବୋଲି କହିଛନ୍ତି।

What's Your Reaction?

like

dislike

love

funny

angry

sad

wow