ଗଞ୍ଜାମ ଶିଳ୍ପ ରୂପାନ୍ତରରେ ନୂଆ ଦିଗାନ୍ତ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ୨୮ ହଜାର କୋଟିରୁ ଅଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯୁବଶକ୍ତିକୁ ମଧ୍ୟ କେନ୍ଦ୍ରବିନ୍ଦୁ କରାଯିବ

Jun 6, 2025 - 12:49
 0  0
ଗଞ୍ଜାମ ଶିଳ୍ପ ରୂପାନ୍ତରରେ ନୂଆ ଦିଗାନ୍ତ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ୨୮ ହଜାର କୋଟିରୁ ଅଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ୨୮ ହଜାର କୋଟିରୁ ଅଧିକ ମୂଲ୍ୟର ୧୨ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଉଦ୍ୟମ ଓଡ଼ିଶାର ଶିଳ୍ପ ଓ ରୋଜଗାର କ୍ଷେତ୍ରକୁ ଏକ ନୂଆ ଦିଗାନ୍ତ ଦେବା ପ୍ରତିଶ୍ରୁତି ଦେଉଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ମେକ୍ ଇନ୍ ଓଡ଼ିଶା ୨୦୨୫ ମେଳା ପରେ ମାତ୍ର ୪ ମାସରେ ଦେଢ଼ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି, ଯାହା ରାଜ୍ୟର ୯୦ ହଜାର ରୋଜଗାର ସୃଷ୍ଟି କରିବ । ଗଞ୍ଜାମ ଏବେ ଶିଳ୍ପ ଅନ୍ତର୍ଗତ ଗ୍ରିନ୍ ହାଇଡ୍ରୋଜେନ୍, କେମିକାଲ୍, ଅକ୍ଷୟ ଶକ୍ତି ଓ ପୋର୍ଟ ଆଧାରିତ ଉନ୍ନତି ପାଇଁ ଏକ ବେଞ୍ଚମାର୍କ ସ୍ଥାପନ କରିବାକୁ ଯାଉଛି।"

ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ଓ ଆସିକା ସାଂସଦ ସହ ବିଭିନ୍ନ ବିଧାୟକ ମଞ୍ଚାସୀନ ଥିଲେ ।

ମୁଖ୍ୟମନ୍ତ୍ରୀ ଏହି କ୍ଷେତ୍ରରେ ଯୁବପିଢିକୁ କେନ୍ଦ୍ରବିନ୍ଦୁ କରି ସମୃଦ୍ଧ ଓଡ଼ିଶା ଗଠନରେ ଦକ୍ଷତା ବିକାଶ ଓ ଶିକ୍ଷାରେ ଜୋର ଦେବା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, “୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ଶକ୍ତିଶାଳୀ ଓ ସମୃଦ୍ଧ ରାଜ୍ୟ ରୂପେ ଗଢିବା ପାଇଁ ସମସ୍ତ ପ୍ରୟାସ ଜାରି ରହିବ ।”

ଏହା ସହିତ ମୁଖ୍ୟମନ୍ତ୍ରୀ ରମ୍ଭା ରେ ୪୧ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଐତିହାସିକ ଦିନଟିକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଥିଲେ । ଏହା ଦ୍ୱାରା ଓଡ଼ିଆ ଅସ୍ମିତା, ଐତିହାସିକ ଆନ୍ଦୋଳନ ଓ ରାଜ୍ୟ ଗଠନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି ।

ଏହି ଆୟୋଜନ ଓଡ଼ିଶାର ଅଗ୍ରଗତି ଯାତ୍ରାରେ ଏକ ମାଇଲ୍‌ଷ୍ଟୋନ୍‌ ବୋଲି ବିଶ୍ୱାସ କରାଯାଉଛି ।

What's Your Reaction?

like

dislike

love

funny

angry

sad

wow