ମହାଦେବ ଦର୍ଶନରୁ ଫେରୁଥିବାବେଳେ ବସ ଧକ୍କାରେ ଯୁବକ ମୃତ
ଘଟଣା ସ୍ଥଳରେ ମୃତ୍ୟୁ, ଗୁରୁତର ଆହତ ଜଣେ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଭୁବନେଶ୍ୱର : ଶ୍ରାବଣ ସୋମବାରରେ ଗୋରଖନାଥ ପୀଠରୁ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ପାଳସହି ନିକଟରେ ଘଟିଲା ଦୁଃଖଦ ଦୁର୍ଘଟଣା। ପୁରୀ ବାସେଳି ସାହିର ଅମିତ ସାହୁ ବସ ଧକ୍କାରେ ଘଟଣା ସ୍ଥଳରେ ମୃତ୍ୟୁବରଣ କଲେ, ଅନ୍ୟଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ। ସେମାନେ ଦୁଇଟି ବାଇକ୍ରେ ଚାରିଜଣ ଫେରୁଥିଲେ, ଏଥିରେ ପଛରେ ଥିବା ବାଇକ୍କୁ ଏକ ଘରୋଇ ବସ ଧକ୍କା ଦେଇଥିଲା। ଘଟଣା ପରେ ଉତ୍ୟକ୍ତ ଗ୍ରାମବାସୀ ମୃତଦେହ ରଖି ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି।
What's Your Reaction?






