ଚାଷୀ ହେବେ ଉପକୃତ

ମୁଖ୍ୟମନ୍ତ୍ରୀ ପକ୍ଷରୁ ୬୯୭ କୋଟି ଟଙ୍କା ସହାୟତା ପ୍ରଦାନ

Aug 2, 2025 - 17:39
 0  0
ଚାଷୀ ହେବେ ଉପକୃତ

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ପି.ଏମ୍ କିଷାନ ଯୋଜନା ଅନ୍ତର୍ଗତ ୬୯୭ କୋଟି ଟଙ୍କା ସହାୟତା ଦିଆଯାଇଛି। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରାଶି ପ୍ରଦାନ କରି ବଲିଛନ୍ତି, "ଏହି ସରକାର ହେଉଛି ଚାଷୀଙ୍କ ସରକାର"।

ମୋଦୀ ସରକାରଙ୍କ ପି.ଏମ୍ କିଷାନ ଯୋଜନାର ୨୦ତମ କିସ୍ତି ଅନ୍ତର୍ଗତ ଦେଶର ୯.୭ କୋଟି ଚାଷୀ ପାଇଁ ୨୦,୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି, ଯାହାର ଓଡ଼ିଶାର ଅଂଶ ହେଉଛି ୬୯୭ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପି.ଏମ୍ କିଷାନ ଓ ସି.ଏମ୍ କିଷାନ ଯୋଜନା ମିଶି ଚାଷୀମାନେ ବର୍ଷକୁ ୧୦,୦୦୦ ଟଙ୍କା ଲେଖାଏଁ ଲାଭ ପାଉଛନ୍ତି।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି, ରାଜ୍ୟର କୃଷିକୁ ଦୁଇଗୁଣା ଆୟ ଲକ୍ଷ୍ୟରେ ଗତି କରାଯାଉଛି। ଏହି ରାଶିରେ ଚାଷୀମାନେ ବିହନ, ସାର କିଣିବେ ବୋଲି ସେ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow