କଟକ ରେଳ ଷ୍ଟେସନରେ ଅଘଟଣ

ପ୍ଲାଟଫର୍ମ-୧ ନିର୍ମାଣାଧୀନ ଅଂଶ ଭୁଶୁଡ଼ିଲା, ଯାତ୍ରୀ ବଞ୍ଚିଲେ ବିପଦରୁ

Aug 27, 2025 - 20:09
 0  0
କଟକ ରେଳ ଷ୍ଟେସନରେ ଅଘଟଣ

ଭୁବନେଶ୍ୱର : କଟକ ରେଳ ଷ୍ଟେସନରେ ଗୁରୁତର ଅଘଟଣ ଘଟିଛି। ପ୍ଲାଟଫର୍ମ-୧ ନମ୍ବରର ନିର୍ମାଣାଧୀନ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିବାରୁ ଟ୍ରେନ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଭୁଶୁଡ଼ିଥିବା କାନ୍ଥର କିଛି ଅଂଶ ଟ୍ରାକ ଉପରେ ପଡ଼ିଥିବାରୁ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ସୂଚନା ଅନୁସାରେ, ଅଘଟଣର କିଛି ସମୟ ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ ସେହି ପ୍ଲାଟଫର୍ମ ଦେଇ ଯାଇଥିଲା। ଏହା ପରେ ଦୁର୍ଘଟଣା ଘଟିଥିବାରୁ ଅନେକ ଯାତ୍ରୀ ବଡ଼ ବିପଦରୁ ବଞ୍ଚିଥିଲେ।

ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି, ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଗ୍ୟାସ କଟର ସାହାଯ୍ୟରେ ଭୁଶୁଡ଼ିଥିବା ପ୍ଲେଟଗୁଡ଼ିକ କଟାଯାଉଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

What's Your Reaction?

like

dislike

love

funny

angry

sad

wow