କଟକ ରେଳ ଷ୍ଟେସନରେ ଭୁଶୁଡ଼ିବା ଘଟଣା
ଜିଆରପି ପୋଲିସ ତଦନ୍ତ ଆରମ୍ଭ, ଦୁଇଜଣଙ୍କୁ ନୋଟିସ୍

ଭୁବନେଶ୍ୱର : କଟକ ରେଳ ଷ୍ଟେସନର ପ୍ଲାଟଫର୍ମ-୧ ନମ୍ବରର ନିର୍ମାଣାଧୀନ ଅଂଶ ଭୁଶୁଡ଼ିବା ଘଟଣାକୁ ନେଇ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି। ନିଜସ୍ୱ ରିପୋର୍ଟକୁ ଆଧାର କରି ପ୍ରଥମ ପଦକ୍ଷେପ ନିଆଯାଇଥିବାବେଳେ, ପୂର୍ବତଟ ରେଳବାଇ ୱାର୍କସ ବିଭାଗର ସିନିୟର ସେକ୍ସନ ଇଞ୍ଜିନିୟର ଓ ନିର୍ମାଣ କାମରେ ଦାୟିତ୍ୱ ଥିବା ୟୁଆର୍ ସିର ଜେନେରାଲ୍ ମ୍ୟାନେଜରଙ୍କୁ ନୋଟିସ୍ ଜାରି କରାଯାଇଛି।
ଦୁଇଜଣଙ୍କୁ ସାତ ଦିନ ଭିତରେ ଲେଖିତ ଜବାବ ଦାଖଲ କରିବାକୁ କୁହାଯାଇଛି। ଏହି ସହ, ୮ ରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିସାରିଛି ଜିଆରପି।
ଅନ୍ୟପଟେ, ପୂର୍ବତଟ ରେଳବାଇ ପକ୍ଷରୁ ମଧ୍ୟ ଘଟଣାର ଅଭ୍ୟନ୍ତରୀଣ ତଦନ୍ତ ଚାଲିଛି। ଖୋର୍ଦ୍ଧା ଡିଆରଏସ୍ ଙ୍କ ନିର୍ଦ୍ଦେଶରେ ଗଠିତ ଏକ ବିଶେଷ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛି।
What's Your Reaction?






