ଓଡ଼ିଶାରେ ଏସଆଇ ନିଯୁକ୍ତି ପରୀକ୍ଷାର ତାରିଖ ଘୋଷଣା
ଅକ୍ଟୋବର ୪ ଓ ୫ରେ ହେବ ଓଏମଆର ଆଧାରିତ ପରୀକ୍ଷା

ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ଏସଆଇ ପଦବୀ ପାଇଁ ନିଯୁକ୍ତି ପରୀକ୍ଷାର ତାରିଖ ଆଜି ପ୍ରକାଶ ପାଇଛି। ସୂଚନା ଅନୁସାରେ, ଏହି ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ୪ ଓ ୫ ତାରିଖରେ ସମଗ୍ର ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେବ।
ପ୍ରସଙ୍ଗତ, ଏହି ପରୀକ୍ଷା ପୂର୍ବରୁ ଦୁଇଥର ପଛକୁ ସରିଥିଲା। ଏବେ ନୂଆ ତାରିଖ ସହିତ ଓଏମଆର ଆଧାରିତ ଲିଖିତ ପରୀକ୍ଷା କରାଯିବ।
ପ୍ରାର୍ଥୀମାନଙ୍କୁ ସେପ୍ଟେମ୍ବର ୨୦ ପରେ ଓଡ଼ିଶା ପୋଲିସ ୱେବସାଇଟ୍ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି। ସେଥିରୁ ପରୀକ୍ଷା କେନ୍ଦ୍ର ଓ ସମୟସୂଚୀ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବ।
What's Your Reaction?






